'ବାହାରିନ ଓଡ଼ିଆ ସମାଜ' ପକ୍ଷରୁ ବେଶ୍ ଆଡମ୍ବରରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଉତ୍କଳୀୟ ସଂସ୍କୃତି ଓ ପରମ୍ପରାକୁ ଦେଶ ବାହାରେ ବଜାୟ ରଖିବା ପାଇଁ ବହାରିନର ବିକେଏସ ଷ୍ଟାଡିୟମରେ ୫ ତାରିଖରେ ବର୍ଣ୍ଣାଢ୍ୟ କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଉତ୍ସବରେ ଓଡ଼ିଶା ଓ ବହାରିନରେ ପ୍ରତିଷ୍ଠିତ ଅନେକ ବ୍ୟକ୍ତିବୃନ୍ଦ ଯୋଗ ଦେଇଥିଲେ। ଓଲିଉଡ୍ ଗାୟିକା ଗୀତା ଦାସ, ଡ଼. ଦେବ ମହାନ୍ତି, ଡ଼. ସ୍ୱରୂପ ମିଶ୍ର, ମଧୁଲିତା ମହାପାତ୍ର, ବତୁଲ ଦାଦାଭାଇ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ। ବହାରିନରେ ରହୁଥିବା ଓଡ଼ିଆମାନେ ଓ ସେମାନଙ୍କ ପିଲାମାନେ ଅନେକ ଓଡ଼ିଆ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ।ଓଡ଼ିଆ ସଂସ୍କୃତି ,ପରମ୍ପରା ଏବଂ ସଙ୍ଗୀତକୁ ବିଦେଶରେ ବଜାୟ ରଖିବା ପାଇଁ ଏହି ଉତ୍ସବ ବାସ୍ତବରେ ପ୍ରଶଂସଯୋଗ୍ୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/04/vlcsnap-2019-04-08-09h07m46s657-300x165.png)
/kanak/media/post_attachments/wp-content/uploads/2019/04/vlcsnap-2019-04-08-09h07m37s965-300x165.png)