କୁହାଯାଏ ଜୀବନରେ ଯେତେବେଳେ ସଫଳତା ମିଳେ ସବୁକିଛି ମିଳିଯାଏ ଆପେଆପେ । ନାମ ,ଯଶ ଓ ଅର୍ଥ କେଉଁଥିରେ ଅଭାବ ରହେନାହିଁ । ରାତାରାତି ବଦଳିଯାଏ ଭାଗ୍ୟ ଭବିଷ୍ୟତ । ଏହାର ଏକ ଉଦାହରଣ ହେଲେ ହଲିଉଡ ଅଭିନେତା ବରଖଦ ଅବଦି । ଏକ ସତ ଘଟଣା ଉପରେ ଆଧାରିତ ଫିଲ୍ମ ‘କ୍ୟାପଟେନ ଫିଲିପ୍ସ’ରେ କାମ କରି ରାତାରାତି ଲୋକପ୍ରିୟତାର ଶୀର୍ଷରେ ପହଁଚିଥିଲେ ଏବଂ ଓସ୍କାର ଆୱାର୍ଡ ପାଇଁ ମଧ୍ୟ ମନୋନୀତ ହୋଇଥିଲେ ।
ହେଲେ ଏହା ପରେବି ଅଭିନେତା ବରଖଦଙ୍କ ନିଜ ଜୀବନର ଦୈନନ୍ଦିନ ଆବଶ୍ୟକତା ପୂରଣ ପାଇଁ ଦିନ ଦିନ ସଂଘର୍ଷ ଜାରି ରଖିଛନ୍ତି । ଜୀବନରେ ନାମ ,ଯଶ ସବୁ ପାଇଁ ବି ନିଜ ଗରୀବପଣକୁ ଦୂରେଇ ପାରିନାହାଁନ୍ତି । ଅର୍ଥାଭାବ ଯୋଗୁଁ ଦୋକାନରେ ଏବେ ବୁକୁଛନ୍ତି ମୋବାଇଲା । ଜାଗରଣ ଜଙ୍କସନରେ ପ୍ରକାଶିତ ଏହି ଖବର ଏବେ ଖୁବ୍ ଚର୍ଚ୍ଚାରେ ।
ଅଭିନେତା ବରଖଦ ପେଶାରେ ଜଣେ ଟ୍ୟାକ୍ସି ଚାଳକ ଥିଲେ । ଏହି ଫିଲ୍ମରେ ଅଡିସନ ବିଷୟରେ ଶୁଣିବା ପରେ ଅଡିସନ ଦେଇ ସିଲେକ୍ସନ ହୋଇଥିଲେ । ତାପରେ ପାଦ ଦେଇଥିଲେ ଅଭିନୟ ଜଗତରେ । ହେଲେ ଏବେ ଦାରିଦ୍ର୍ୟ ତାଙ୍କ ପିଛା ଛାଡିନି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/barkhad-abdi.jpg)