ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଉପରେ ନିର୍ମିତ ବାୟୋପିକ୍ ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର୍’ ଏବଂ ଶିବସେନାର ପ୍ରତିଷ୍ଠାତା ବାଲ ଠାକରେଙ୍କ ଜୀବନୀ ଆଧାରିତ ହିନ୍ଦୀ ସିନେମା ‘ଠାକରେ’ ମୁକ୍ତିଲାଭ କରିଥିଲା। ଏବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ବି ରିଲିଜ୍ ଅପେକ୍ଷାରେ ରହିଛି।

Advertisment

publive-image

ସମସ୍ତଙ୍କୁ ଜଣା ଯେ, ନରେନ୍ଦ୍ର ମୋଦି ଭୂମିକାରେ ଅଭିନୟ କରୁଛନ୍ତି ପ୍ରଖ୍ୟାତ ଅଭିନେତା ବିବେକ ଓବରଏ। ହେଲେ ଏହି ସିନେମାରେ ନରେନ୍ଦ୍ର ମୋଦିଙ୍କ ପତ୍ନୀ ଯଶୋଦା ବେନ୍ ଭୂମିକାରେ କେଉଁ ଅଭିନେତ୍ରୀ ଅଭିନୟ କରୁଛନ୍ତି, ତାହା ହୁଏତ ଆପଣମାନଙ୍କୁ ଜଣା ନଥିବ। ଏବେ ଖବର ମିଳିଛି ଜଣାଶୁଣା ଅଭିନେତ୍ରୀ ବରଖା ବିଷ୍ଟ ଯଶୋଦା ବେନଙ୍କ ଚରିତ୍ରରେ ନଜର ଆସିବେ। ଏ ସଂପର୍କରେ ବରଖା କହିଛନ୍ତି ଏହି ଫିଲ୍ମ ପାଇଁ ସେ ଅହମ୍ମଦାବାଦରେ ସୁଟିଂ କରିବେ। ଏହି ଭୂମିକା ପୂର୍ବରୁ ତାଙ୍କୁ ସଠିକ୍ ଗୁଜୁରାଟୀ ଭାଷା ବି ଶିଖିବାକୁ ପଡ଼ିଛି ବୋଲି ବରଖା କହିଛନ୍ତି। ଏହି ଫିଲ୍ମରେ କାମ କରିବାର ସୁଯୋଗ ପାଇଥିବାରୁ ସେ ଗର୍ବିତ ଅନୁଭବ କରିଛନ୍ତି ବୋଲି କହନ୍ତି ବରଖା ବିଷ୍ଟ।

publive-image