ଗୁରୁ ଶିଷ୍ୟ ସଂପର୍କରେ କଳଙ୍କ ! ଅଧ୍ୟାପକଙ୍କ ବିରୋଧରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

28

କନକ ବ୍ୟୁରୋ : ଗୁରୁ ଶିଷ୍ୟ ସଂପର୍କରେ ଲାଗିଛି କଳଙ୍କ । ଅଧ୍ୟାପକଙ୍କ ବିରୋଧରେ ଆସିଛି ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ  । ବାରିପଦା ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂସାଶିତ ମହାବିଦ୍ୟାଳୟରେ ଜନୈକ ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ନିର୍ଯ୍ୟାତନା ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । କଲେଜର କମ୍ପ୍ୟୁଟର ବିଭାଗରେ ଥିବା ଅତିଥି ଅଧ୍ୟାପକ ସୌରଭ ମିଶ୍ର ତାଙ୍କୁ ବିଭିନ୍ନ ସମୟରେ ଟ୍ୟୁସନ ଆସିବା ପାଇଁ ବାଧ୍ୟ କରୁଥିବା ବେଳେ ଟ୍ୟୁସନ ନ ଆସିଲେ ପ୍ରାକ୍ଟିକାଲ ପରୀକ୍ଷାରେ ଫେଲ କରେଇଦେବି ବୋଲି ଧମକ ମଧ୍ୟ ଦେଉଥିଲେ । ଏନେଇ ଛାତ୍ରୀ ଜଣକ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ ।

କଲେଜର ଅନ୍ୟ କିଛି ଛାତ୍ର ମଧ୍ୟ ସମ୍ପୃକ୍ତ ଅଧ୍ୟାପକଙ୍କ ନାଁରେ ସମାନ ଅଭିଯୋଗ ଆଣିଛନ୍ତି । ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ଭିତିକରି କଲେଜ କର୍ତୁପକ୍ଷ ଅଧ୍ୟାପକଙ୍କୁ ଅଧ୍ୟାପନା କାର୍ଯ୍ୟରୁ ବିରତ ରହିବା ପାଇଁ ନିଦ୍ଦେର୍ଶ ଦେଇଛନ୍ତି । ଏହାସହ ମହାବିଦ୍ୟାଳୟରେ ଅଧ୍ୟାପିକାଙ୍କୁ ନେଇ ଗଠିତ ହୋଇଥିବା ମହିଳା ନିର୍ଯ୍ୟାତନା ସେଲ୍ ଜରିଆରେ ସମ୍ପୃକ୍ତ ଘଟଣାର ତଦନ୍ତ କରାଯିବ । ଏନେଇ ସୂଚନା ଦେଇଛନ୍ତି କଲେଜ ଅଧ୍ୟକ୍ଷ ଡକ୍ଟର କୃତିବାସ ସାହୁ ।