କନକ ବ୍ୟୁରୋ : ଶିକ୍ଷକ ଅଭାବ ସମାଧାନ ଦାବି । ୪ କିଲୋମିଟର ଚାଲି ଚାଲି ଯାଇ ଜିଲ୍ଲାପାଳଙ୍କୁ ଭେଟିଲେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ବାରିପଦା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ମିଶ୍ରିତ ଉଚ୍ଚବିଦ୍ୟାଳୟରେ ଶିକ୍ଷକ ଅଭାବ ଅଭିଯୋଗ ହୋଇଛି । ୩୩୯ ଜଣ ପିଲାଙ୍କୁ ପଢାଉଛନ୍ତି ମାତ୍ର ୩ ଜଣ ଶିକ୍ଷକ ।

Advertisment

ପିଲାଙ୍କ ପରୀକ୍ଷା ପାଖେଇ ଆସୁଥିବାରୁ ଠିକ୍ ଭାବେ ପାଠପଢା ହୋଇପାରୁନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଇଂରାଜୀ ଓ ଗଣିତ ବ୍ୟତୀତ ଆଉ କିଛି ପଢା ହୋଇନାହିଁ । ଏନେଇ ପ୍ରଧାନ ଶିକ୍ଷକଙ୍କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଶେଷରେ ଚାଲି ଚାଲି ଯାଇ ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ତୁରନ୍ତ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।