କନକ ବ୍ୟୁରୋ : ଜିଏସଟି ପ୍ରତ୍ୟାହାର ଦାବିରେ ରାସ୍ତା ଅବରୋଧ । ସବାଇ ଦଉଡି ବିକି ନପାରି ବାରିପଦା-ଅମରଦା ଏନଏଚ-୬୧ ଅବରୋଧ କଲେ ସାଧାରଣ ଖାଉଟି । ସାଧାରଣ ଖାଉଟି ମାନେ ପ୍ରସ୍ତୁତ କରିଥିବା ସବାଇ ଦଉଡିକୁ ବାରମାଇଲ ସାପ୍ତାହିକ ହାଟରେ ବିକିବା ପାଇଁ ସମସ୍ୟା ଦେଖା ଦେବାରୁ ଏପରି ଏକ ପରିସ୍ଥିତି ସୃଷ୍ଟି ହୋଇଛି ।
କେନ୍ଦ୍ର ସରକାର ସବାଇ ଘାସରୁ ପ୍ରସ୍ତୁତ ଦଉଡି ଉପରେ ଜିଏସଟି ଲାଗୁ କରିଥିବାରୁ ବେପାରୀମାନେ ଦଉଡି କିଣୁନାହାନ୍ତି । ଫଳରେ ସବାଇ ଦଉଡି ବିକି ପରିବାର ପୋଷଣ କରୁଥିବା ଗରିବ ଲୋକେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ଯେଉଁଥି ପାଇଁ ଆନ୍ଦୋଳନକୁ ଓହ୍ଲାଇବା ସହ ବାରିପଦା-ଅମରଦା ଏନଏଚ-୬୧କୁ ବାରମାଇଲ ଠାରେ ଅବରୋଧ କରିଛନ୍ତି । ଫଳରେ ଗାଡି-ମଟର ଚଳାଚଳ ବାଧାପ୍ରାପ୍ତ ହେବାରୁ ଘଟଣାସ୍ଥଳରେ ପହଂଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ବେତନଟୀ ଏସଡିପିଓ । ତେବେ କୌଣସି ସମାଧାନର ସୁତ୍ର ନବାହାରିବାରୁ ଆନ୍ଦୋଳନ ଜାରି ରହିଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/1-5.jpg)