କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ମୟୁରଭଞ୍ଜ ବାରିପଦା ଡିଭିଜନ-୧ର ସହକାରୀ ଯନ୍ତ୍ରୀ ବଣେଶ୍ୱର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକା ସାଙ୍ଗରେ ୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଦୁଇ ଅତିରିକ୍ତ ଏସପି, ୩ ଡିଏସପି, ୭ ଇନସ୍ପେକ୍ଟର, ଜଣେ ଏସଆଇ, ୭ ଜଣ ଏଏସଆଇଙ୍କ ସମେତ ଅନ୍ୟ ଷ୍ଟାଫଙ୍କୁ ନେଇ ଭିଜିଲାନ୍ସ ଚଢାଉ ଜାରି ରଖିଛି ।

Advertisment

ବାରିପଦା ରଘୁନାଥପୁରରେ ଥିବା ତାଙ୍କ ତିନି ମହଲା ଘରେ ଚଢାଉ କରାଯାଇଛି । ସେହିପରି ମୟୁରଭଞ୍ଜ ବଡ଼ସାହିରେ ଥିବା ଦୁଇ ମହଲା ଘର, ତାଳଣ୍ଡାରେ ଥିବା ପୈତୃକ ଘର, ବୈଶିଙ୍ଗାରେ ଥିବା ବଣେଶ୍ୱର ନାୟକଙ୍କ ସମ୍ପର୍କୀୟଙ୍କ ଘରେ ଚଢାଉ କରାଯାଇଛି । ଏଥିସହ ବାରିପଦାରେ ଥିବା ବଣେଶ୍ୱର ନାୟକଙ୍କ ଅଫିସରେ ମଧ୍ୟ ଚଢାଉ କରାଯାଉଛି ।