କନକ ବ୍ୟୁରୋ : ମୋବାଇଲରେ ଘୁରି ବୁଲୁଛି ନାବାଳିକା ଛାତ୍ରୀଙ୍କ ଏମଏମଏସ । ମୟୁରଭଂଜ କୁଳିଅଣା ଥାନା ଅଂଚଳରେ ଜଣେ ଛାତ୍ରୀକୁ ଅସଦାଚରଣ ଅଭିଯୋଗ । ଦୁଇ ନବମ ଶ୍ରେଣୀ ଛାତ୍ର ଅସଦାଚରଣର ଭିଡିଓ ସୋସିଆଲ ମିଡିଆରେ ଛାଡିଥିବା ଅଭିଯୋଗ ହୋଇଛି ।
ଏନେଇ କୁଳିଆଣି ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ନାବାଳକକୁ ଗିରଫ କରିଛି । ଛାତ୍ରୀ ଜଣକ ପାଖ ନଇକୁ ଗାଧୋଇବାକୁ ଯାଉଥିବା ବେଳେ ନବମ ଶ୍ରେଣୀର ପଡୁଥିବା ଦୁଇ ଛାତ୍ର ଅସଦାଚରଣ କରିଥିଲେ । ମୋବାଇଲରେ ଭିଡିଓ ରେକଡିଂ କରିଥିଲେ । ଏନେଇ କାହାକୁ କହିଲେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ପରେ ଏହାକୁ ଏମଏମଏସ କରି ଭାଇରାଲ କରିଦେଇଥିଲେ ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-24-09h13m23s883.png)