କୋଟିଏରୁ ଅଧିକ ଟଙ୍କାର ସୁନାଗହଣା ଚୋରୀ : ବାରିପଦାର କେପିଡି ସୁନା ଦୋକାନରେ କଳାକନା ବୁଲାଇ ଦେଲେ ଲୁଟେରା

୭ ଲକ୍ଷ ନଗଦ ଟଙ୍କା ସହ ୩୦ କେଜିର ସୁନା-ରୂପା ଗହଣା ଲୁଟ୍; ପୁଲିସର୍ ଛାନଭିନ୍

53

କନକ ବ୍ୟୁରୋ : କୋଟିଏରୁ ଅଧିକ ଟଙ୍କାର ସୁନାଗହଣା ଚୋରୀ । ବାରିପଦା ସହରର ସରକାରୀ ବସ୍ଷଂଡ ନିକଟ କେପିଡି ସୁନା ଦୋକାନରେ କଳାକନା ବୁଲାଇ ଦେଇଛନ୍ତି ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଦୋକାନ ସଟର କାଟି ୭ ଲକ୍ଷ ନଗଦ ଟଙ୍କା ସହ ୩୦ କେଜିର ସୁନା-ରୂପା ଗହଣା ଲୁଟି ନେଇଛନ୍ତି ଲୁଟେରା । ଯାହାର ଆନୁମାନିକ ମୂଲ୍ୟ ଗୋଟିଏ ଟଙ୍କା ହେବ । ଏନେଇ ଦୋକାନ ମାଲିକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଛାନଭିନ କରୁଛି ।