କନକ ବ୍ୟୁରୋ: ସକାଳୁ ଜଳିଲାଣି ଓଡ଼ିଶା । ୮ଟା ୩୦ ସୁଦ୍ଧା ୩୭ ଡିଗ୍ରୀ ସହ ବାରିପଦା ସବୁଠୁ ଉତପ୍ତ ସହର ହୋଇଛି । ବଲାଙ୍ଗୀରରେ ୩୫ ଦଶମିକ ୪, ଭଦ୍ରକ ଓ ଅନୁଗୁଳରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଯାଜପୁରରେ ୩୪ ଦଶମିକ ୮, ଭବାନୀପାଟଣା ଓ ଝାରସୁଗୁଡ଼ାରେ ୩୪ ଦଶମିକ ୪, କେନ୍ଦୁଝର ଓ କଟକରେ ୩୪ ଡିଗ୍ରୀ ରହିଛି । ରାଉରକେଲାରେ ୩୩ ଦଶମିକ ୮, ଫୁଲବାଣୀ ଓ ବାଲେଶ୍ୱରରେ ୩୩ ଦଶମିକ ୬, ନୟାଗଡ଼ ଓ ଟିଟଲାଗଡ଼ରେ ୩୩ ଡିଗ୍ରୀ ଏବଂ ଭୁବନେଶ୍ୱରରେ ୩୨ ଦଶମିକ ୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Advertisment

ଆଜି ଗ୍ରୀଷ୍ମ ପ୍ରବାହ ପାଇଁ ୩ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମୟୂରଭଂଜ, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରିଛି । ସେହିପରି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଆଜି କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶଶଖୀ ବର୍ଷା ହେବାର ସମ୍ଭାବନା ରହିଛି ।