କନକ ବ୍ୟୁରୋ: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦା ଠାରେ ଆରମ୍ଭ ହେଲା ରଥଟଣା । ଇଦ୍ରରାଜଙ୍କ ଆର୍ଶୀବାଦ ବର୍ଷାରେ ଭିଜିଲେ ଭକ୍ତବୃନ୍ଦ । ପିଲାଠୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ଭକ୍ତିଭାବରେ ଟାଣିଲେ ରଥ । ନିର୍ଦ୍ଦାରିତ ସମୟରେ ଅପରାହ୍ନେ ବଡଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥଟଣା ହୋଇଛି । ଆଜି ବଡଠାକୁର ବଳଭଦ୍ରଙ୍କ ରଥକୁ ମାଉସୀ ମା’ ମନ୍ଦିର ନିକଟରେ ପହଁଛିବାର ନୀତି ନୀର୍ଘଣ୍ଟ ହୋଇଥିବାବେଳେ, ଦେବୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ବଡଦାଣ୍ଡର ଅଧାବାଟ ଟାଉନଥାନା ପର୍ଯ୍ୟନ୍ତ ଟାଣିକରି ନେବେ । ଏବଂ ଆସନ୍ତାକାଲି ଦେବୀ ସୁଭଦ୍ରାଙ୍କ ରଥକୁ ମାଉସୀ ମା’ ମନ୍ଦିରରେ ପହଁଚାଇବା ପରେ ପରମ୍ପରା ଅନୁସାରେ ଆସନ୍ତା କାଲି ମହାପ୍ରଭୁ ଜଗନ୍ନାଥଙ୍କ ରଥ ଟଣାଯିବ । ଦୀର୍ଘ ଶତାବ୍ଦୀ ଧରି ଏଠାରେ କେବଳ ମହିଳାମାନେ ହିଁ ଦେବୀ ସୁଭଦ୍ରାଙ୍କ ରଥ ଟାଣିବାର ପରମ୍ପରା ରହିଆସିଛି ।/kanak/media/post_attachments/wp-content/uploads/2018/07/Capture111.jpg)
ଗତକାଲି ପ୍ରଥମ ଶ୍ରୀକ୍ଷେତ୍ର ପୁରୀ ଠାରେ ଦିଅଁଙ୍କ ପହଣ୍ଡି ବିଜେ ଓ ଛେରାପହଁରା ଭଳି ବାରିବପଦା ହରିବଳଦେବଜୀଉ ମହାପ୍ରଭୁଙ୍କ ଠାରେ ମଧ୍ୟ ଏହି ସବୁ ରୀତିନୀତି ସମ୍ପନ୍ନ ହୋଇଛି । ପରମ୍ପରା ଅନୁଯାୟୀ ପୁରୀ ଶ୍ରୀକ୍ଷେତ୍ରର ଗୁଣ୍ଡିଚା ଦିନ ବାରିପଦାରେ ତିନି ଠାକୁରଙ୍କୁ ଗୋଟି ପହଣ୍ଡି କରାଯାଇଥାଏ । ଏବଂ ଦିନକ ପରେ ରଥଟଣା ହୋଇଥାଏ । ରୀତିନୀତି ପାରମ୍ପାରିକ ପ୍ରଥା ଦ୍ୱାରା ରଥରେ ତିନି ଠାକୁର ବିରାଜମାନ ମଧ୍ୟ ହୋଇ ସାରିଛନ୍ତି । ତେବେ ଶ୍ରୀବିଗ୍ରହଙ୍କୁ ଦର୍ଶନ କରିବା ପାଇଁ ଭକ୍ତବୃନ୍ଦ ରଥ ଉପରକୁ ଯାଇ ଚତୁର୍ଦ୍ଧାମୂରତିଙ୍କୁ ଦର୍ଶନ କରୁଛନ୍ତି ।/kanak/media/post_attachments/wp-content/uploads/2018/07/WhatsApp-Image-2018-07-15-at-5.53.27-PM.jpeg)
ଇତିହାସକୁ ଅନୁଧ୍ୟାନ କଲେ ଜଣାପଡେ ଯେ, ମହାପ୍ରଭୂଙ୍କ ସ୍ୱାପ୍ନାଦେଶ ପରେ ମୟୁରଭଞ୍ଜ ଗଡ଼ଜାତ ରାଜ୍ୟର ମହାରାଜା ବୈଦ୍ୟମାଥ ଭଞ୍ଜଦେଓ ଖ୍ରୀଷ୍ଟାବ୍ଦ ୧୫୭୫ରେ ନିଜର ଗଡ଼ ବାରିପଦା ଠାରେ କଳିଙ୍ଗର ରେଖାଶୈଳୀରେ ପୁରୀର ସୁଦକ୍ଷ ମନ୍ଦିର ଶିଳ୍ପୀମାନଙ୍କ ଦ୍ୱାରା ମହାପ୍ରଭୂଙ୍କର ମନ୍ଦିର କାର୍ଯ୍ୟ ସମ୍ପନ୍ନ କରିଥିଲେ । ସେବେଠାରୁ ପୁରୀ ଶ୍ରମନ୍ଦିରର ସମସ୍ତ ରୀତିନୀତି ଅନୁସାରେ ଏଠାରେ ମହାପ୍ରମଭୂଙ୍କ ପୂଜାଚର୍ଚ୍ଚନା କରାଯାଇ ଆସୁଛି । ସେହିପରି ମହାପ୍ରଭୂ ମୟୂରଭଞ୍ଜ ମହାରାଜାଙ୍କୁ ଦେଇଥିବା ସ୍ୱପ୍ନାଦେଶ ଅନୁସାରେ ପ୍ରତ୍ୟେକ ବର୍ଷ କିଛି ସମୟ ବାରିପଦା ମନ୍ଦିରକୁ ବିଜେ ହୋଇ ଏବଂ ପୁରୀ ଶ୍ରୀକ୍ଷେତ୍ରରେ ଘୋଷଯାତ୍ରାର ପରବର୍ତ୍ତି ଦିବସରେ ବାରିପଦା ବଡ଼ଦାଣ୍ଡରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀବିଗ୍ରହ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/07/Capture-14.jpg)