ବସ୍ ଛାଡିବା ସମୟକୁ ନେଇ ବାରିପଦା ବସଷ୍ଟାଣ୍ଡରେ ହଣାକଟା । ୧୦ ରୁ ଅଧିକ ଆହାତ

5,568

କନକ ବ୍ୟୁରୋ : ବାରିପଦା ବସଷ୍ଟାଣ୍ଡରେ ଅଭାବନୀୟ ଘଟଣା । ବସ୍ ଷ୍ଟାଣ୍ଡରେ ଲାଗିବା ଓ ଛାଡିବା ସମୟକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା । ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ସହ ହଣାକଟା ହୋଇଛି । ଏଥିରେ ଉଭୟ ପକ୍ଷରୁ ୧୦ ରୁ ଅଧିକ ବ୍ୟକ୍ତି ଆହାତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଂଚି ଉତେଜନା ରୋକିବାକୁ ଚେଷ୍ଟା କରିଛି । ଏହାସହ ଘଟଣା ଉପରେ ମଧ୍ୟ ତଦନ୍ତ ଚଳାଇଛି ।