ବାଜିରେ ଲାଗିଛି ବାରିପଦା! ଭୋଟ୍ ଦେଉଛନ୍ତି ମତଦାତା, ନିଜ ଅଞ୍ଚଳର ସିପାହୀ ପାଇଁ କାହାକୁ ବାଛିବେ ଜନତା ?

45

କନକ ବ୍ୟୁରୋ: ଚାଲିଛି ଚତୁର୍ଥ ପର୍ଯ୍ୟାୟ ଲଢ଼େଇ । ମତ ସାବ୍ୟସ୍ତ କରି ନେତା ବାଛିବାକୁ ପୁଲିଂ ବୁଥ୍ ସାମ୍ନାରେ ସକାଳୁ ସକାଳୁ ଭିଡ଼ ଲଗାଇଛନ୍ତି ମତଦାତା । ସବୁଠାରୁ ବଡ଼ କଥା ହେଲା ଯେ, ଏହି ଶେଷ ଲଢ଼େଇରେ ବାଜି ମାରିବାକୁ ପ୍ରମୁଖ ଦଳ କମର କଷିଥିବାବେଳେ ମୟୁରଭଞ୍ଜ ସଂସଦୀୟ କ୍ଷେତ୍ରରେ ଅଧିନରେ ଥିବା ବାରିପଦା ବିଧାନସଭା କ୍ଷେତ୍ରରେ ଚାଲିଛି ଭୋଟ୍ ଗ୍ରହଣ ପ୍ରକ୍ରିୟା । ତେବେ ୫ ବର୍ଷ ପାଇଁ କାହାକୁ ନିଜର ସିପାହୀ ବାଛିବେ ଜନତା ତାହା ଉପରେ ନଜର ।

୨୦୧୯ର ଲଢେଇ
ବିଜେଡ଼ି – ସରୋଜିନୀ ହେମ୍ରମ୍
କଂଗ୍ରେସ – ଦଶରଥ ସିଂ
ବିଜେପି – ପ୍ରକାଶ ସୋରେନ

୨୦୧୯-ବିଜେଡି: ସରୋଜିନୀ ହେମ୍ରମ୍
– ୨୦୦୯ରେ ବାଙ୍ଗିରିପୋଷୀରୁ ବିଧାୟକ
– ପୂର୍ବତନ ମନ୍ତ୍ରୀ (ବୟନଶିଳ୍ପ)
– ପୂର୍ବତନ ରାଜ୍ୟସଭା ସାଂସଦ

୨୦୧୯-କଂଗ୍ରେସ: ଦଶରଥ ସିଂ
– ଜେଏମ୍ଏମ୍ରୁ କଂଗ୍ରେସରେ ସାମିଲ
– ୨୦୧୪ରେ ଟିକେଟ୍ ମିଳିଲାନି
– ଆଦିବାସୀ ଲେଖକରୁ ରାଜନୀତି
– ପ୍ରଥମଥର କଂଗ୍ରେସ ପ୍ରାର୍ଥୀ

୨୦୧୯-ବିଜେପି: ପ୍ରକାଶ ସୋରେନ
– ପୂର୍ବତନ ଜେଏମ୍ଏମ୍ ଓ ବିଜେଡ଼ି ନେତା
– ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ
– ବିଜେଡିରୁ ବିଜେପିରେ ସାମିଲ

ନିର୍ବାଚନ ମଣ୍ଡଳୀ ତଥ୍ୟ
– ବାରିପଦା, ବାରିପଦା ବ୍ଲକ୍, ଖୁଂଟା ବ୍ଲକ୍ ଏବଂ ବଡ଼ସାହି ବ୍ଲକ୍ର ୯ଟି ପଂଚାୟତକୁ ନେଇ ନିର୍ବାଚନ ମଣ୍ଡଳୀ ଗଠିତ
– ଅନୁସୂଚିତ ଜନଜାତି ( ଏସ୍ଟି ) ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ
– ୧୯୫୧ରେ ନିର୍ବାଚନମଣ୍ଡଳୀ ଗଠିତ
– ମୟୂରଭଂଜ ଲୋକସଭା କ୍ଷେତ୍ର
– ପ୍ରସନ୍ନ କୁମାର ଦାସ ୪ଥର ବିଧାୟକ
– ୨୦୦୯ ଏବଂ ୨୦୧୪ରେ ବିଜେଡିର ସାନନ୍ଦ ମାର୍ଣ୍ଡି ବିଧାୟକ

୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୧୨ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୧ ହଜାର ୨୯୯
– ମତ ଦେଇଥିଲେ – ୧ ଲକ୍ଷ ୪୪ ହଜାର ୩୮୮
– ଭୋଟଦାନ ହାର – ୭୫.୪୮%

୨୦୧୪ର ଫଳାଫଳ
ପ୍ରାର୍ଥୀ                 ଦଳ      ଭୋଟ           ପ୍ରତିଶତ       ଫଳାଫଳ
ସାନନ୍ଦ ମାର୍ଣ୍ଡି        ବିଜେଡି    ୫୪,୧୩୧     ୩୭.୪୯%    ବିଜୟୀ
ପ୍ରିୟବ୍ରତ ମାଝି      କଂଗ୍ରେସ   ୨୧,୯୩୩   ୧୫.୧୯%       ପରାସ୍ତ
ନିଶାମଣି ବାସ୍କେ   ବିଜେପି     ୩୭,୦୧୭   ୨୫.୬୪%      ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡିର ସାନନ୍ଦ ମାର୍ଣ୍ଡି ନିର୍ବାଚନ ଜିତିଥିଲେ
– ୫୪ ହଜାର ୧୩୧ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– ବିଜେପି ପ୍ରାର୍ଥୀ ନିଶାମଣି ବାସ୍କେଙ୍କୁ ପରାସ୍ତ କରିଥିଲେ
– ୧୭ ହଜାର ୧୧୪ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୯ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ