ବାରିପଦାରେ ଭାରସାମ୍ୟ ହରାଇ ଘରକୁ ପଶିଗଲା ଟ୍ରାକ୍ଟର : ଟ୍ରାକ୍ଟରରେ ଥିବା ଜଣେ ଶ୍ରମିକ ମୃତ, ୨ ଗୁରୁତଙ୍କୁ ହସ୍ପିଟାଲରେ ଭର୍ତ୍ତି

47

କନକ ବ୍ୟୁରୋ : ଭାରସାମ୍ୟ ହରାଇ ଘରକୁ ପଶିଗଲା ଟ୍ରାକ୍ଟର, ଘଟଣାସ୍ଥଳରେ ଶ୍ରମିକଙ୍କ ମୃତ୍ୟୁ, ଅନ୍ୟ ଜଣେ ଶ୍ରମିକ ଗୁରୁତର । ମୟୁରଭଞ୍ଜ ଜିଲ୍ଲା ପାରିପଦା ଟାଉନଥାନା ଅନ୍ତର୍ଗତ ଚିପଟଅସ୍ତିଆରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଏକ ଘରକୁ ଧକ୍କା ଦେଇଥିଲା । ଟ୍ରାକ୍ଟରରେ ଥିବା ୩ଜଣ ଶ୍ରମିକଙ୍କ ମଧ୍ୟରୁ ଜଣେ ମହିଳା ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଡ୍ରାଇଭର ଓ ଅନ୍ୟ ଜଣେ ଶ୍ରମିକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଦୁର୍ଘଟଣାରେ ଘର ଭିତରେ ଥିବା ଲୋକେ ଅଳ୍ପକେ ବର୍ତି ଯାଇଛନ୍ତି ।