ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା କରିବାକୁ ମିଳୁ ଅନୁମତି । ରାଜ୍ୟ ସରକାରଙ୍କ ପାଖରେ ଦାବି କଲା ବରଗଡ ଯୁବାମଞ୍ଚ ।

119

କନକ ବ୍ୟୁରୋ : ଚଳିତ ବର୍ଷ ଧନୁଯାତ୍ରା କରିବାକୁ ଦିଆଯାଉ ଅନୁମତି । ବରଗଡର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଆୟୋଜନ କରିବା ପାଇଁ ଦାବି କରିଛି ପଶ୍ଚିମ ଓଡିଶା ଯୁବାମଞ୍ଚ । ଗତ ଦୁଇ ବର୍ଷ ହେବ କରୋନା କଟକଣା ଯୋଗୁଁ ବରଗଡ ଧନୁଯାତ୍ରା ବନ୍ଦ ରହିଛି । ତେବେ ବର୍ତମାନ ଖୋଲା ମଂଚ ନାଟକକୁ ଅନୁମତି ମିଳିଥିବା ବେଳେ ବରଗଡ ଧନୁଯାତ୍ରା ପାଇଁ ଅନୁମତି ଦେବାକୁ ଦାବି ଜୋର ଧରିଛି ।

ଆସନ୍ତା ଜାନୁୟାରୀ ୭ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଧନୁଯାତ୍ରା କରିବା ପାଇଁ ଦିନ ଧାର୍ଯ୍ୟ ହୋଇଛି । ମୁକ୍ତାକାଶ ରଙ୍ଗମଞ୍ଚରେ ଧନୁଯାତ୍ରା ପାଇଁ ହାତରେ କମ ସମୟ ଥିବାରୁ ସରକାର ଖୁବ୍ ଶୀଘ୍ର ଅନୁମତି ଦେବାକୁ ଅନୁରୋଧ କରିଛି ପଶ୍ଚିମ ଓଡିଶା ଯୁବାମଞ୍ଚ । ଏନେଇ ପଶ୍ଚିମ ଓଡିଶା ଯୁବାମଞ୍ଚର ଏକ ଟିମ ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଳାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।