ଲାଞ୍ଚ ନେଇ ଧରାପଡିଲେ କନଷ୍ଟେବଳ । ଋଷୁଡା ଫାଣ୍ଡିର କନେଷ୍ଟବଳ ରଞ୍ଜନ ପ୍ରଧାନକୁ ଧରିଲା ଭିଜିଲାନ୍ସ

63

କନକ ବ୍ୟୁରୋ : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବରଗଡର ଜଣେ କନେଷ୍ଟବଳ । ବରଗଡ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଋଷୁଡା ଫାଣ୍ଡିର କନେଷ୍ଟବଳ ରଞ୍ଜନ ପ୍ରଧାନ ଏକ ମାମଲାର ସମାଧାନ ପାଇଁ ୭ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଛନ୍ତି । ସୂଚନା ଅନୁସାରେ ପଣ୍ଡକିପାଲି ଗାଁର ଚୈତନ୍ୟ କୁଦେଇଙ୍କୁ ଏକ ମାମଲାର ସମାଧାନ କରିଦେବେ କହି ୭ ହଜାର ଟଙ୍କା ଲାଞ୍ଚ ମାଗିଥିସେ କନେଷ୍ଟବଳ । ଏନେଇ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ ଚୈତନ୍ୟ କୁଦେଇ । ଏହା ପରେ ଭିଜିଲାନ୍ସ କନେଷ୍ଟବଳ ରଞ୍ଜନ ପ୍ରଧାନଙ୍କୁ ଲାଞ୍ଚ ଟଙ୍କା ସହ କାବୁ କରି ଗିରଫ କରିଛି ।