କନକ ବ୍ୟୁରୋ: କାନ୍ଦୁଛି ବରଗଡ଼ର ଆତ୍ମା । ଭୋକ ଉପାସରେ ଚିନି କଳର କର୍ମଚାରୀ । କାହିଁକି ବନ୍ଦ ହୋଇଯାଇଛି ଚିନି କଳ? ଚିନିକଳ ବନ୍ଦ ପାଇଁ ଦାୟୀ କିଏ ? ଏନେଇ ଅନେକ ପ୍ରଶ୍ନ ଉଠୁଛି । ଚିନିକଳ ବନ୍ଦ ହୋଇଯିବା ଯୋଗୁ ଏହା ଉପରେ ନିର୍ଭର କରୁଥିବା ଅନେକ ପରିବାର ଦାନା ମୁଠାଏ ଯୋଗାଡ କରିପାରୁନାହାନ୍ତି । ରୋଜଗାର ହରାଇ ଭୋକ ଉପାସରେ ବିତୁଛି ଜୀବନ । ରାଜ୍ୟ ସରକାର ନୂଆ ଶିଳ୍ପ ପ୍ରତିଷ୍ଠା ପ।।ଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ପୁରୁଣା କଳ ବନ୍ଦ ହେବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବରଗଡବାସୀ । ଯାହାକୁ ନେଇ ଚିନିକଳରେ କାମ କରୁଥିବା କର୍ମଚାରୀଙ୍କଠାରୁ ଆରମ୍ଭ କରି ଆଖୁ ଚାଷ କରୁଥିବା ଶତାଧିକ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ବରଗଡର ଆତ୍ମା କୁହାଯାଉଥିବା ଏହି ଚିନିକଳର ବନ୍ଦ ହୋଇପଡିଥିବା ବେଳେ ରୋଜଗାର ହରାଇ ଥିବା ଶହଶହ କର୍ମଚାରୀ ଏବେ ପରିବାର ବଞ୍ଚାଇବାକୁ ଦାଦନ ଖଟିବାକୁ ବାହାରିଲେଣି ।
ଚିନିକଳ ଦୀର୍ଘ ଦିନ ଧରି କ୍ଷତିରେ ଚାଲୁଥିବାରୁ ଏହାକୁ ସମ୍ପୁର୍ଣ୍ଣ ବନ୍ଦ କରିଦେଲେ ସରକାର । କାରଖାନା ବନ୍ଦ ହୋଇଯିବାରୁ ୫ ବର୍ଷ ହେଲା କର୍ମଚାରୀଙ୍କୁ ଦରମା ମିଳନି । ଚାକିରି ହରାଇ ଅନଟନ ଭିତରେ ଜୀବନ ବିତୁଛି । ଆଉ ଚିକିକଳ ବନ୍ଦ ହେବାକୁ ନେଇ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଯାଇଛି । ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ବିରୋଧୀ । ତେବେ କେବଳ ଚିନିକଳ ନୁହେଁ ବରଗଡରେ ପୂର୍ବରୁ ଥିବା ଏକାଧିକ ଛୋଟ ଛୋଟ ଶିଳ୍ପ ବନ୍ଦ ହୋଇଥିବା ଅଭିଯୋଗ କରିଛନ୍ତି ବରଗଡବାସୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/11/37.jpg)