ସରପଂଚ ପ୍ରାର୍ଥୀଙ୍କ ଆକସ୍ମିକ ଦେହାନ୍ତ : କାଲି ପଡିଥାନ୍ତା ଭୋଟ୍, ସ୍ଥଗିତ ରହିଲା ନିର୍ବାଚନ; ଜାଣନ୍ତୁ କେଉଁଠି ?

Advertisment
ସରପଂଚ ପ୍ରାର୍ଥୀଙ୍କ ଆକସ୍ମିକ ଦେହାନ୍ତ : କାଲି ପଡିଥାନ୍ତା ଭୋଟ୍, ସ୍ଥଗିତ ରହିଲା ନିର୍ବାଚନ; ଜାଣନ୍ତୁ କେଉଁଠି ?

କନକ ବ୍ୟୁରୋ : କାଲି ଭୋଟ୍ ପଡିଥାନ୍ତା, ହେଲେ ଆଜି ସ୍ଥଗିତ ରଖିବା ପାଇଁ ଜାରି ହେଲା ବିଜ୍ଞପ୍ତି । ବରଗଡ ଭଟଲି ନିର୍ବାଚନ ମଣ୍ଡଳୀର କେଲେଣ୍ଡାପାଲି ସରପଂଚ ପ୍ରାର୍ଥୀ ସରୋଜ ସେଠଙ୍କ ଆକସ୍ମିକ ଦେହାନ୍ତ ହୋଇଛି । ଛାତିରେ ଯନ୍ତ୍ରଣା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଏହାପରେ ସରପଂଚ ନିର୍ବାଚନକୁ ସ୍ଥଗିତ ରଖିଛନ୍ତି ଭଟଲି ବିଡିଓ ତଥା ନିର୍ବାଚନ ଅଧିକାରୀ ଧୀରେନ୍ଦ୍ର କୁମାର ସେଠୀ । ଏନେଇ ବିଡିଓଙ୍କ କାର୍ଯ୍ୟାଳୟରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି । କାଲି ଭୋଟ ଥିବା ବେଳେ ଆଜି ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe