କନକ ବ୍ୟୁରୋ : କାଲି ଭୋଟ୍ ପଡିଥାନ୍ତା, ହେଲେ ଆଜି ସ୍ଥଗିତ ରଖିବା ପାଇଁ ଜାରି ହେଲା ବିଜ୍ଞପ୍ତି । ବରଗଡ ଭଟଲି ନିର୍ବାଚନ ମଣ୍ଡଳୀର କେଲେଣ୍ଡାପାଲି ସରପଂଚ ପ୍ରାର୍ଥୀ ସରୋଜ ସେଠଙ୍କ ଆକସ୍ମିକ ଦେହାନ୍ତ ହୋଇଛି । ଛାତିରେ ଯନ୍ତ୍ରଣା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
ଏହାପରେ ସରପଂଚ ନିର୍ବାଚନକୁ ସ୍ଥଗିତ ରଖିଛନ୍ତି ଭଟଲି ବିଡିଓ ତଥା ନିର୍ବାଚନ ଅଧିକାରୀ ଧୀରେନ୍ଦ୍ର କୁମାର ସେଠୀ । ଏନେଇ ବିଡିଓଙ୍କ କାର୍ଯ୍ୟାଳୟରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି । କାଲି ଭୋଟ ଥିବା ବେଳେ ଆଜି ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/38-9.jpg)