ବରଗଡରେ ଜୋର ଧରିଲା ସିଟି ହସ୍ପିଟାଲ ଦାବି । ମୁଖ୍ୟ ଡାକ୍ତରଖାନା ଆଗରେ ଧାରଣାରତ ଲୋକଙ୍କ ସହ ପୋଲିସ ମୁହାଁମୁହିଁ, ବିଧାୟକ ହଟହଟା

235

କନକ ବ୍ୟୁରୋ: ବରଗଡରେ ଜୋର ଧରିଲା ସିଟି ହସ୍ପିଟାଲ ଦାବି । ମୁଖ୍ୟ ଡାକ୍ତରଖାନା ଆଗରେ ରାସ୍ତା ଉପରେ ଧାରଣା ଦେଲେ ହଜାର ହଜାର ସଂଖ୍ୟାରେ ବରଗଡ ସହରବାସୀ । ବରଗଡରେ ସିଟି ହସପିଟାଲ ଦାବିରେ  ସ୍ଥାନୀୟ ଲୋକେ  ମୁଖ୍ୟ ହସପିଟାଲ ସାମ୍ନାରେ ବସି ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଧାରଣାସ୍ଥଳରୁ ବିକ୍ଷୋଭକାରୀଙ୍କୁ ହଟାଇବାକୁ ଉଦ୍ୟମ କରିବାରୁ  ପୋଲିସ ସହ ଧସ୍ତାଧସ୍ତି  ହୋଇଥିଲା । ଏବେବି ସେଠାରେ ଉତେଜନା ଲାଗି ରହିଛି ।

ଅନ୍ୟପଟେ ୫୩ ନମ୍ବର ଜାତୀୟ ରାଜପଥର ବାନ୍ଦୁଟିକ୍ରା-ଘୁଲିପାଲି ଛକରେ ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇଛି । ଫଳରେ ଯାତାୟତ ଠପ୍ ହୋଇ ଯାଇଛି । ସହର ମଧ୍ୟରେ ଥିବା ପୁରୁଣା ଚିକିତ୍ସାଳୟକୁ ସିଟି ହସ୍ପିଟାଲ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ  ଜାରି ରହିବ ବୋଲି ବିକ୍ଷୋଭକାରୀ ଚେତାବନୀ ଦେଇଛନ୍ତିି । ଏହା ପୂର୍ବରୁ ଧାରଣାସ୍ଥଳରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ହେଲେ ଆଲୋଚନା ବିଫଳ ହୋଇଥିଲା  ।