କନକ ବ୍ୟୁରୋ: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ଭୋଟ୍ ଦେଉଛି ଓଡିଶା । ସକାଳ ୭ଟାରୁ ୫ଟି ଲୋକସଭା ଓ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା । ଆସ୍କା, ବରଗଡ, ବଲାଙ୍ଗିର, କନ୍ଧମାଳ ଓ ସୁନ୍ଦରଗଡ ଲୋକସଭା ଏବଂ ଏହା ଅନ୍ତର୍ଗତ ବିଧାନସଭା ଆସନରେ ପଡୁଛି ଭୋଟ୍ । ତେବେ ୫ଟି ଲୋକସଭା ଆସନ ମଧ୍ୟରୁ ବରଗଡ ଲୋକସଭା ଆସନ ତନ୍ମଧ୍ୟରୁ ଗୋଟିଏ । ବରଗଡ଼ ପଶ୍ଚିମ ଓଡିଶା ର ଗୋଟିଏ ଜିଲ୍ଲା । ୧୯୯୨ ଆଗରୁ ଏହା ସମ୍ବଲପୁର ଜିଲ୍ଲା ର ଗୋଟିଏ ଉପ ବିଭାଜନ ଥିଲା । ବରଗଡ଼ ଜିଲ୍ଲା ୧ ଏପ୍ରିଲ ୧୯୯୩ ରେ ସମ୍ବଲପୁର ଜିଲ୍ଲା ରୁ ଅଲଗା ହୋଇ ଥିଲା । ଏହି ଜିଲ୍ଲା ଓଡିଶା ର ବିଖ୍ୟାତ ଜିଲ୍ଲାରେ ଗୋଟେ ।

Advertisment

ବରଗଡ ଲୋକସଭା ନିର୍ବାଚନମଣ୍ଡଳୀ

୨୦୧୪ର ଲଢେଇ

- ମୈଦାନରେ ଥିଲେ ମୋଟ ୮ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧୪ ଲକ୍ଷ ୩୦ ହଜାର ୭୧୭
- ମତ ଦେଇଥିଲେ – ୧୧ ଲକ୍ଷ ୨୬ହଜାର ୧୫୩
- ଭୋଟଦାନ ହାର – ୭୮.୭୧%

୨୦୧୪ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ପ୍ରଭାସ କୁମାର ସିଂହ ବିଜେଡି ୩,୮୩,୨୩୦ ୩୪.୧୧% ବିଜୟୀ
ସଞ୍ଜୟ ଭୋଇ କଂଗ୍ରେସ ୨,୭୪,୬୧୦ ୨୪.୪୪% ପରାସ୍ତ ସୁବାସ ଚୈାହାନ ବିଜେପି ୩,୭୨,୦୫୨ ୩୩.୧୨% ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ – ପ୍ରଭାସ କୁମାର ସିଂହ
ଦଳ - ବିଜେଡି
ଭୋଟ - ୩,୮୩,୨୩୦
ପ୍ରତିଶତ - ୩୪.୧୧%
ଫଳାଫଳ – ବିଜୟୀ

ବିଜେପିର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ - ସୁବାସ ଚୈାହାନ
ଦଳ - ବିଜେପି
ଭୋଟ - ୩,୭୨,୦୫୨
ପ୍ରତିଶତ - ୩୩.୧୨%
ଫଳାଫଳ - ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ - ସଞ୍ଜୟ ଭୋଇ
ଦଳ – କଂଗ୍ରେସ
ଭୋଟ - ୨,୭୪,୬୧୦
ପ୍ରତିଶତ - ୨୪.୪୪%
ଫଳାଫଳ - ପରାସ୍ତ

କିଏ ମାରିଥିଲା ବାଜି?

- ବିଜେଡିର ପ୍ରଭାସ କୁମାର ସିଂହ ନିର୍ବାଚନ ଜିତିଥିଲେ
- ୩ ଲକ୍ଷ ୮୩ ହଜାର ୨୩୦ ଖଣ୍ଡ ଭୋଟ ପାଇଥିଲେ ବିଜେପି ପ୍ରାର୍ଥୀ
- ବିଜେପ଼ି ପ୍ରାର୍ଥୀ ସୁବାସ ଚୌହାନଙ୍କୁ ପରାସ୍ତ କରିଥିଲେ
- ୧୧ ହଜାର ୧୭୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲା ବିଜେଡି
- ୫ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ର ଲଢେଇ

- ମୈଦାନରେ ଥିଲେ ମୋଟ ୬ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧୩ ଲକ୍ଷ ୨୦ ହଜାର ୨୭୪
- ମତ ଦେଇଥିଲେ – ୯ ଲକ୍ଷ ୧୯ ହଜାର ୬୨୫
- ଭୋଟଦାନ ହାର – %

୨୦୦୯ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ହମିଦ ହୁସେନ୍ ବିଜେଡି ୨୯୮୯୩୧ ୩୨.୫୧% ପରାସ୍ତ
ସଂଜୟ ଭୋଇ କଂଗ୍ରେସ ୩୯୭୩୭୫ ୪୩.୨୧% ବିଜୟୀ
ରାଧାରାଣୀ ପଣ୍ଡା ବିଜେପି ୧୫୭୭୫୦ ୧୭.୯୫% ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ - ହମିଦ ହୁସେନ୍
ଦଳ – ବିଜେଡି
ଭୋଟ - ୨୯୮୯୩୧
ପ୍ରତିଶତ – ୩୨.୫୧%
ଫଳାଫଳ – ପରାସ୍ତ

ବିଜେପିର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ – ରାଧାରାଣୀ ପଣ୍ଡା
ଦଳ - ବିଜେପି
ଭୋଟ - ୧୫୭୭୫୦
ପ୍ରତିଶତ - ୧୭.୯୫%
ଫଳାଫଳ - ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ – ସଂଜୟ ଭୋଇ
ଦଳ - କଂଗ୍ରେସ
ଭୋଟ - ୩୯୭୩୭୫
ପ୍ରତିଶତ - ୪୩.୨୧%
ଫଳାଫଳ – ବିଜୟୀ

କିଏ ମାରିଥିଲା ବାଜି?

- କଂଗ୍ରେସର ସଂଜୟ ଭୋଇ ବିଜୟ ହାସଲ କରିଥିଲେ
- ୩ ଲକ୍ଷ ୯୭ ହଜାର ୩୭୫ ଖଣ୍ଡ ଭୋଟ ପାଇଥିଲେ କଂଗ୍ରେସ ପ୍ରାର୍ଥୀ
- ବିଜେପିି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ପରାସ୍ତ କରିଥିଲେ
- ୯୮ ହଜାର ୪୪୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୩ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ ବନାମ ୨୦୧୪

- ୨୦୧୪ରେ ବିଜେପି ଓ ବିଜେଡି ପ୍ରାର୍ଥୀ ବଦଳାଇଥିଲେ
- ବିଜେପିର ରାଧାରାଣୀ ପଣ୍ଡାଙ୍କ ବଦଳରେ ସୁବାସ ଚୌହାନ ନିର୍ବାଚନ ଲଢ଼ି ୧୧ ହଜାର ଭୋଟ୍ରେ ହାରିଥିଲେ
- କଂଗ୍ରେସର ପ୍ରାର୍ଥୀ ତଥା ସାଂସଦ ସଂଜୟ ଭୋଇ ପୁଣି ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିଲେ
- ହମିଦ ହୁସେନଙ୍କ ସ୍ଥାନରେ ପ୍ରଭାସ ସିଂହଙ୍କୁ ପ୍ରାର୍ଥୀ କରି ଜିତିଥିଲା ବିଜେଡ଼ି

୨୦୧୯ର ଲଢେଇ

ବିଜେଡି: ପ୍ରସନ୍ନ ଆଚାର୍ଯ୍ୟ
କଂଗ୍ରେସ: ପ୍ରଦୀପ ଦେବତା
ବିଜେପି: ସୁରେଶ ପୂଜାରୀ

୨୦୧୯--ବିଜେଡି: ପ୍ରସନ୍ନ ଆଚାର୍ଯ୍ୟ

- ରାଜ୍ୟସଭା ସାଂସଦ
- ୨୦୦୯ରେ ବିଧାୟକ
- ରାଜ୍ୟ ଅର୍ଥମନ୍ତ୍ରୀ ଥିଲେ
- ବିଜେପି ଉପସଭାପତି ତଥା ମୁଖପାତ୍ର

୨୦୧୯-- କଂଗ୍ରେସ: ପ୍ରଦୀପ ଦେବତା

- ଛାତ୍ରନେତାରୁ ରାଜନୀତି
- ଜିଲ୍ଲା ବଣିକ ସଂଘ ସଭାପତି
- ବିଭିନ୍ନ ସଂଗଠନ ସହ ଜଡିତ
- ପ୍ରଥମଥର ପାଇଁ ନିର୍ବାଚନ ଲଢୁଛନ୍ତି

୨୦୧୯--ବିଜେପି: ସୁରେଶ ପୂଜାରୀ

- ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ
- ୨୦୦୯ରେ ବ୍ରଜରାଜନଗରରୁ ବିଧାନସଭା ନିର୍ବାଚନ ଲଢି ପରାଜିତ
- ଛାତ୍ର ଜୀବନରୁ ଆରଏସଏସ ସଦସ୍ୟ ଥିଲେ
- ବରିଷ୍ଠ ନେତା ତଥା ସଂଗଠକ
- ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ

ମୈଦାନରେ ମହିଳା ପ୍ରାର୍ଥୀ

- କେହି ନାହାଁନ୍ତି

ନିର୍ବାଚନ ମଣ୍ଡଳୀ ତଥ୍ୟ

- ପଦ୍ମପୁର, ବିଜେପୁର, ବରଗଡ, ଅତାବିରା, ଭଟଲି, ବ୍ରଜରାଜନଗର ଏବଂ ଝାରସୁଗୁଡାକୁ ନେଇ ବରଗଡ ଲୋକସଭା ନିର୍ବାଚନମଣ୍ଡଳୀ ଗଠିତ
- ବରଗଡ, ଅତାବିରା, ବିଜେପୁର ଏବଂ ଭଟଲି ବିଜେଡି କବଜାରେ ରହିଛି ।
- ବ୍ରଜରାଜନଗର ଓ ପଦ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀ ବିଜେପି ଦଖଲରେ ରହିଛି ।
- ଝାରସୁଗୁଡା କଂଗ୍ରେସ କବଜାରେ ରହିଛି ।

ମୁହାଁମୁହିଁ ପ୍ରାର୍ଥୀ

- ବିଜେପିର ବରିଷ୍ଠ ନେତା ତଥା ଦଳର ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀଙ୍କୁ ପ୍ରଥମଥର ପାଇଁ ବରଗଡ ଲୋକସଭା ପ୍ରାର୍ଥୀ କରାଯାଇଛି
- କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ଦେବତା ଦଳର ନୂଆ ମୁହଁ ଏବଂ ପ୍ରଥମଥର ନିର୍ବାଚନ ଲଢୁଛନ୍ତି
- ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଓ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ପ୍ରାର୍ଥୀ କରିଛି

ବରଗଡ ଲୋକସଭା ଆସନ

- ୨୦୦୮ରେ ବରଗଡ ଲୋକସଭା ଆସନ ଗଠିତ
- ୨୦୦୯ରେ କଂଗ୍ରେସର ସଂଜୟ ଭୋଇ ସାଂସଦ
- ୨୦୧୪ରେ ବିଜେଡିର ପ୍ରଭାସ କୁମାର ସିଂ ସାଂସଦ