କନକ ବ୍ୟୁରୋ : ମହିଳାଙ୍କୁ ଅଟକ ରଖିଲେ ମଦୁଆ ଅଫିସର । ବରଗଡ଼ ବିଜେପୁର ବିଡିଓଙ୍କୁ ଅଭିଯୋଗ ଜଣାଇବା ପାଇଁ ଯାଇଥିଲେ ସାନବାଉଁସେନ ପଂଚାୟତ ଝାଲପାଲି ଗାଁର ସ୍ୱୟଂସହାୟକ ଗୋଷ୍ଠୀର ମହିଳା । ହେଲେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମୟାଧର ଭୋଇ ମଦ୍ୟପାନ କରି ମହିଳାଙ୍କୁ ଏକ କୋଠରୀରେ ୬ ଘଂଟା ବନ୍ଦ କରିଦେଇଥିଲେ ।
ମହିଳାଙ୍କୁ ପାଟିତୁଣ୍ଡ କରିବା ସହ ଅଶ୍ଳୀଳ ଭାଷା ବ୍ୟବହାର କରିଥିବା ମଧ୍ୟ ଅଭିଯୋଗ ହୋଇଛି । ପରେ ମହିଳାଙ୍କ ପାଟି ଶୁଣି ବିଡିଓ ଆସି ଅଫିସକୁ ଡାକି ମହିଳାଙ୍କ ଅଭିଯୋଗ ଶୁଣିଥିଲେ । ଏପରି ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ । ତୁରନ୍ତ ଜିଲ୍ଲାପାଳ ସଂପୃକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/vlcsnap-2021-11-16-14h22m34s934.png)