କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଭେଟିଲେ ବରଗଡ ସାଂସଦ ସୁରେଶ ପୂଜାରୀ ଓ ଅନ୍ୟ ୩ ବିଜେପି ସାଂସଦ । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରୁ ବାଦ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବାକୁ କଲେ ଅନୁରୋଧ

147

କନକ ବ୍ୟୁରୋ : କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ବିଜେପିର ବରିଷ୍ଠ ନେତା ତଥା ବରଗଡ ସାଂସଦ ସୁରେଶ ପୂଜାରୀ । କିଷାନ ସମ୍ମାନ ନିଧି ଯୋଜନାରୁ ବାଦ ପଡିଥିବା ଲକ୍ଷ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ଯାଂଚ କରି ଏଥିରେ ସାମିଲ କରିବାକୁ ସେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଅନୁରୋଧ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ବେଳେ ତାଙ୍କ ସହିତ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା , ବଲାଙ୍ଗୀର ସାଂସଦ ସଂଗୀତା ସିଂଦେ ଓ ନବରଙ୍ଗପୁର ବଳଭଦ୍ର ମାଝୀ ଉପସ୍ଥିତ ଥିଲେ ।

ଏମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ରାଜ୍ୟର ଯେଭଳି ଭାବେ ଲକ୍ଷ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରୁ ଯେଭଳି ଭାବେ ବାଦ ଦିଆଯାଇଛି ତାର ଅନୁସନ୍ଧାନ କରି ସେମାନଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ଅ୍ରନୁରୋଧ କରିଛନ୍ତି । ଏନେଇ ବରଗଡ ସାଂସଦ ସୁରେଶ ପୂଜାରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ଅନ୍ୟପଟେ ରାଜ୍ୟସରକାରଙ୍କ କାଳିଆ ଯୋଜନା ହେଉ କି କେନ୍ଦ୍ରସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା ହେଉ । ଏଭଳି ଯୋଜନାରେ ଲକ୍ଷ ଲକ୍ଷ ଯୋଗ୍ୟ ହିତାଧିକାରୀ ବାଦ ପଡିଥିବା କଥା ବିଭିନ୍ନ ସମୟରେ ଅଭିଯୋଗ ହେଉଛି । ହେଲେ ସରକାରଙ୍କ ଆନ୍ତରିକତା ନଥିବା ଭଳି ବାରମ୍ବାର ଏନେଇ ଅଭିଯୋଗ ହେଉଥିଲେ ବି ନା କେନ୍ଦ୍ରସରକାର ନା ରାଜ୍ୟସରକାର ପ୍ରକୃତ ହିତାଧିକାରୀ କିଭଳି ଚିହ୍ନଟ ହୋଇ ଏହି ଯୋଜନାରେ ସାମିଲ ହେବେ ସେନେଇ କିଛି ବ୍ୟବସ୍ଥା ହୋଇପାରୁନାହିଁ । ଫଳରେ ପ୍ରକୃତ ଚାଷୀ ମାନେ ଏହି ସବୁ ଯୋଜନାରୁ ବାଦ ପଡୁଥିବା ବେଳେ ଅନେକ ଅଯୋଗ୍ୟ ହିତାଧିକାରୀ ଏହି ଯୋଜନାର ଲାଭ ପାଉଛନ୍ତି ।

Comments are closed.