କନକ ବ୍ୟୁରୋ : କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ବିଜେପିର ବରିଷ୍ଠ ନେତା ତଥା ବରଗଡ ସାଂସଦ ସୁରେଶ ପୂଜାରୀ । କିଷାନ ସମ୍ମାନ ନିଧି ଯୋଜନାରୁ ବାଦ ପଡିଥିବା ଲକ୍ଷ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ଯାଂଚ କରି ଏଥିରେ ସାମିଲ କରିବାକୁ ସେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଅନୁରୋଧ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ବେଳେ ତାଙ୍କ ସହିତ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା , ବଲାଙ୍ଗୀର ସାଂସଦ ସଂଗୀତା ସିଂଦେ ଓ ନବରଙ୍ଗପୁର ବଳଭଦ୍ର ମାଝୀ ଉପସ୍ଥିତ ଥିଲେ ।
ଆଜି, ମୁଁ ଏବଂ ବିଜେପିର ମୋ ସହଯୋଗୀ ସାଂସଦ ମାନଙ୍କ ସହିତ ମାନ୍ୟବର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟି ଓଡ଼ିଶା ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ରେ ଲକ୍ଷ ଲକ୍ଷ ଯୋଗ୍ୟ ଲଭାର୍ଥୀ ବଞ୍ଚିତ ହୋଇଥିବାରୁ ଏହାର ଯାଞ୍ଚ ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ କରିବାକୁ ଅନୁରୋଧ କରିଥିଲୁ @BJP4Odishapic.twitter.com/lZEdsUoaGp
— Suresh Pujari (@sureshkpujari) September 22, 2020
ଏମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ରାଜ୍ୟର ଯେଭଳି ଭାବେ ଲକ୍ଷ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରୁ ଯେଭଳି ଭାବେ ବାଦ ଦିଆଯାଇଛି ତାର ଅନୁସନ୍ଧାନ କରି ସେମାନଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ଅ୍ରନୁରୋଧ କରିଛନ୍ତି । ଏନେଇ ବରଗଡ ସାଂସଦ ସୁରେଶ ପୂଜାରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ଅନ୍ୟପଟେ ରାଜ୍ୟସରକାରଙ୍କ କାଳିଆ ଯୋଜନା ହେଉ କି କେନ୍ଦ୍ରସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା ହେଉ । ଏଭଳି ଯୋଜନାରେ ଲକ୍ଷ ଲକ୍ଷ ଯୋଗ୍ୟ ହିତାଧିକାରୀ ବାଦ ପଡିଥିବା କଥା ବିଭିନ୍ନ ସମୟରେ ଅଭିଯୋଗ ହେଉଛି । ହେଲେ ସରକାରଙ୍କ ଆନ୍ତରିକତା ନଥିବା ଭଳି ବାରମ୍ବାର ଏନେଇ ଅଭିଯୋଗ ହେଉଥିଲେ ବି ନା କେନ୍ଦ୍ରସରକାର ନା ରାଜ୍ୟସରକାର ପ୍ରକୃତ ହିତାଧିକାରୀ କିଭଳି ଚିହ୍ନଟ ହୋଇ ଏହି ଯୋଜନାରେ ସାମିଲ ହେବେ ସେନେଇ କିଛି ବ୍ୟବସ୍ଥା ହୋଇପାରୁନାହିଁ । ଫଳରେ ପ୍ରକୃତ ଚାଷୀ ମାନେ ଏହି ସବୁ ଯୋଜନାରୁ ବାଦ ପଡୁଥିବା ବେଳେ ଅନେକ ଅଯୋଗ୍ୟ ହିତାଧିକାରୀ ଏହି ଯୋଜନାର ଲାଭ ପାଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/EihJrIzU8AgxLBL.jpg)