ବରଗଡ ଜିଲ୍ଲାରେ ଧାନ କିଣାବିକାରେ ଅନିୟମିତତା ଅଭିଯୋଗ :  ଯୋଗାଣ ବିଭାଗ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ

139

କନକ ବ୍ୟୁରୋ : ବରଗଡ ଜିଲ୍ଲାରେ ଧାନ କିଣାବିକାରେ ଅନିୟମିତତା ଅଭିଯୋଗ । ଯୋଗାଣ ବିଭାଗ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ । ଓଡିଶା ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖାର ଚାଷୀମାନେ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧିନରେ ଥିବା ସମସ୍ତ ମଣ୍ଡିରେ ପଞ୍ଜିକୃତ ଚାଷୀଙ୍କ ଧାନ କିଣିବା, ବାତିଲ ହୋଇଥିବା ସମସ୍ତ ଚାଷୀଙ୍କ ଟୋକନକୁ ପୁନଃ କାଯ୍ୟକାରୀ କରିବା, ଅଦିନିଆ ବର୍ଷାରେ କ୍ଷତି ହୋଇଥିବା ଚାଷୀଙ୍କୁ କ୍ଷତିପୂରଣ, ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଘେରାଉ କରିଛନ୍ତି ଚାଷୀ । ଏସବୁ ଦାବି ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି କହିଛନ୍ତି ଚାଷୀ । ବରଗଡ ଜିଲ୍ଲାରେ ଏବେ ଖରିଫ ଧାନ ଅମଳ ଓ ବିକ୍ରି ଚାଲିଛି । କିନ୍ତୁ ଅନେକ ଚାଷୀ ସେମାନଙ୍କ ଧାନ ବିକ୍ରି କରିପାରିନାହାଁନ୍ତି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।