କୃଷ୍ଣ ବଳରାମଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚିଛନ୍ତି ମହାରାଜା କଂସ । ଅକୃରଙ୍କ ସହ ମଥୁରା ଅଭିମୁଖେ ବେନିଭାଇଙ୍କ ଯାତ୍ରା । ନବମ ଦିନରେ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ।

144

କନକ ବ୍ୟୁରୋ: ନବମ ଦିନରେ ପହଞ୍ଚିିଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଶେଷ ପର୍ଯ୍ୟାୟରେ ପହଂଚିଛି ଧନୁଯାତ୍ରା । ଗୋପପୁରରେ କୃଷ୍ଣ ବଳରାମଙ୍କୁ ସାଙ୍ଗରେ ନେଇ ଅକ୍ରୁର ମଥୁରା ଅଭିମୁଖେ ବାହାରିଛନ୍ତି । କୃଷ୍ଣ ବଳରାମଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି ଗୋପପୁରବାସୀ । ଦୁଇ ଭାଇଙ୍କୁ ହତ୍ୟା କରିବା ପାଇଁ ମହାରାଜା କଂସ ଛଳନା ଧନୁଯାତ୍ରାର ଆୟୋଜନ କରିଛନ୍ତି । ଯାହାକୁ ଦେଖିବା ପାଇଁ ନିମନ୍ତ୍ରଣ ଧରି ପହଂଚିଥିବା ଅକ୍ରୁରଙ୍କ ସହ ବାହାରିଛନ୍ତି ଦୁଇ ଭାଇ । କିନ୍ତୁ ନନ୍ଦରାଜା ଓ ରାଣୀ ଯଶୋଦା ଭାବବିହ୍ୱଳ ହୋଇପଡ଼ିଛନ୍ତି ।

ଏପଟେ ରାସ୍ତାରେ ଗୋପୀମାନେ କୃଷ୍ଣଙ୍କ ବାଟ ଓଗାଳିବା ପରେ ଅଶ୍ରୁଳ ବିଦାୟ ଦେଇଛନ୍ତି । ମହାରାଜା କଂସ ନଗର ଭ୍ରମଣ ପରେ ଆମ୍ବବନରେ ଋଷି ମୁନିଙ୍କ ଉପରେ ଅତ୍ୟାଚାର, ହସ୍ତିନାପୁରକୁ ଆକ୍ରମଣ କରି ବିଚିତ୍ର ବିର୍ଯ୍ୟଙ୍କୁ ହତ୍ୟା କରିଥିବା ବେଳେ ଭୀଷ୍ମଙ୍କ ସହ ବନ୍ଧୁତା କରିଛନ୍ତି । ଏପଟେ ଭଗବାନ ଶିବଙ୍କୁ ଆରାଧନା କରି ତାଙ୍କ ଠାରୁ ରୁଦ୍ରଶୂଳ ପ୍ରାପ୍ତ କରିଛନ୍ତି ମହାରାଜ କଂସ । ଏହି ସମୟରେ ଅକ୍ରୁର ରାଜ ଦରବାରରେ ପ୍ରବେଶ କରି କୃଷ୍ଣ ବଳରାମଙ୍କ ମଥୁରା ଆଗମନର ସୂଚନା ଦେଇଛନ୍ତି ।