କନକ ବ୍ୟୁରୋ: ଆଇନ ଭାଙ୍ଗିଲେ ଆଇଆଇସି । ଲକଡାଉନ ନିୟମ ଭାଙ୍ଗିଲେ ପୋଲିସ ବାବୁ । ତାଲାବନ୍ଦ ବେଳେ ଆଇନକୁ ଉଲ୍ଲଂଘନକୁ କରିଛନ୍ତି ଖୋଦ ଆଇନ୍ ରକ୍ଷାକାରୀ । ଶ୍ରୀମନ୍ଦିର କରୋନା କଟକଣାକୁ ଉଲ୍ଲଂଘନ କରିଛନ୍ତି ପୋଲିସ ଅଧିକାରୀ । ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ କଟକଣାକୁ ଉଲ୍ଲଂଘନ କରି ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଛନ୍ତି ଯାଜପୁର ବଡଚଣା ଥାନା ଅଧିକାରୀ ।

Advertisment

publive-image

ତେବେ ସବୁଠାରୁ ବଡକଥା ହେଉଛି ପୋଲିସ ବାବୁ ଜଣଙ୍କ ଏକୁଟିଆ ନୁହନ୍ତି ବରଂ ପରିବାର ସହ ସେ ମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି । ଏପରିକି ଦକ୍ଷିଣଦ୍ୱାର ନିକଟରେ ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ତାଙ୍କୁ ପ୍ରବେଶ କରିବାକୁ ମନା କରିଥିଲେ ମଧ୍ୟ ଏହାକୁ ଖାତିର ନକରି ସେ ପରିବାର ସହ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ।

ଲକଡାଉନ ନିୟମ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିବାରୁ ତାଙ୍କ ବିରୋଧରେ ସିଂହଦ୍ୱାର ଥାନାରେ ମାମଲା ରୁଜୁ କରାଯାଇଛି । ହାବିଲଦାରଙ୍କ ଏତଲା ଆଧାରରେ ମାମଲା ରୁଜୁ କରାଯାଇଛି । ତେବେ ସଂପୃକ୍ତ ପୋଲିସ ଅଧିକାରୀ ଯାଜପୁର ବଡଚଣା ଥାନା ଅଧିକାରୀ ଦୀପକ କୁମାର ଜେନା ଓ ତାଙ୍କ ପରିବାରକୁ ଅଟକ ରଖାଯାଇଛି । ଅନ୍ୟପଟେ ପୋଲିସ ଘଟଣାର ତଦନ୍ତ ଜାରି ରହିଛି ।