କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ବାରମୁଲା ୨ ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସେନା । ଶନିବାର ସକାଳୁ ଏହି ୨ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି ଭାରତୀୟ ସେନା ଓ ଜମ୍ମୁ-କାଶ୍ମୀର ପୋଲିସର ମିଳିତ ଟିମ୍ ।

Advertisment

ଜମ୍ମୁ-କାଶ୍ମୀର ପୋଲିସର ସୂଚନା ମୁତାବକ, ଭାରତୀୟ ସେନା ଓ ବାରମୁଲା ପୋଲିସ ଉରି, ହଥଲଙ୍ଗା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଥିବା ବେଳେ ଆତଙ୍କବାଦୀଙ୍କ ପକ୍ଷରୁ ପ୍ରଥମେ ଗୁଳିମାଡ ହୋଇଥିଲା । ପ୍ରତି ଜବାବରେ ଭାରତୀୟ ସେନାର ଗୁଳିମାଡରେ ୨ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ମିଳିଛି ।

ଅନ୍ୟପଟେ ଅନନ୍ତନାଗ ଅଞ୍ଚଳର କୋକରନାଗ ଅଞ୍ଚଳରେ ଏବେ ବି ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଜଙ୍ଗଲ ଭିତରେ ଆତଙ୍କବାଦୀ ଲୁଚି ରହିଥିବା ବେଳେ ସେମାନଙ୍କୁ ଖୋଜିବାକୁ ଡ୍ରୋନର ସହାୟତା ନେଇଛି ଭାରତୀୟ । ଜଙ୍ଗଲ ଭିତରୁ ଆଖିବୁଜା ଗୁଳି ଚାଳନା ହେତୁ ଅପରେସନ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ସୂଚନା ମୁତାବକ, ଜଙ୍ଗଲରେ ୨ରୁ ୩ ଜଣ ଆତଙ୍କବାଦୀ ରହିଛନ୍ତି । ଯେଉଁମାନଙ୍କୁ ଖୁବଶୀଘ୍ର ନିପାତ କରାଯିବ । ସେହିଭଳି ଡ୍ରୋନ ସାହାଯ୍ୟରେ ବୋମା ବିସ୍ଫୋରଣ କରି ଆତଙ୍କବାଦୀ ଲୁଚିବା ସ୍ଥାନକୁ ଧ୍ୱଂସ କରୁଛି ସେନା । ମିଳିଥିବା ସୂଚନା ମୁତାବକ, ଏହି ଜଙ୍ଗଲରେ ଲସ୍କର କମାଣ୍ଡର ଉଜୈର ଖାନ ଅନ୍ୟ ଆତଙ୍କବାଦୀ ଲୁୁଚି ରହିଛି ।