ବାଙ୍କି ଡମପଡା ବ୍ଲକରେ ମାତିଛି ବାରାହା: ଆକ୍ରମଣରେ ୮ ଗୁରୁତର, ଲୋକେ ଆତଙ୍କିତ

Advertisment

କନକ ବ୍ୟୁରୋ: ବାଙ୍କିରେ ମାତିଛି ପାଗଳ ବାରାହା। ଚନ୍ଦକା ଡମପଡା ଅଭୟାରଣ୍ୟର ଉପକଣ୍ଠ ଅଂଚଳରେ ଦେଖାଦେଇଛି ବାରାହା ଆତଙ୍କ । ଡମପଡା ବ୍ଲକର ଦୁଲଣାପୁର ଗାଁରେ ଏକ ପାଗଳ ବାରହା ଆକ୍ରମଣରେ ୮ଜଣ ଗୁରୁତର ହୋଇଛନ୍ତି । ଆହାତଙ୍କୁ ମେଡିକାଲରେ ଭର୍ତି କରାଯାଇଛି ।

publive-image

ତେବେ ଏହି ବାରାହାକୁ ଧରିବାରେ ବନ ବିଭାଗ ଫେଲ୍ ମାରିବା ପରେ ରାତି ଉଜାଗର ହୋଇ ହାତରେ ଠେଙ୍ଗା ଧରି ଓ ଟାୟାର ଜାଳି ବାରାହା ଘଉଡାଇବା ପାଇଁ ଲାଗି ପଡିଛନ୍ତି ଗ୍ରାମବାସୀ । ୪ଦିନ ହେଲା ବାଙ୍କି ଅଂଚଳରେ ଲାଗି ରହିିଛି ବାଙ୍କି ଅଂଚଳରେ ଏଭଳି ଭୟର ବାତାବରଣ । ବାରମ୍ବାର ଏଭଳି ଘଟଣା ଘଟୁଥିଲେ ବି ବନବିଭାଗ ଚୁପ୍ ବସିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe