ବରଗଡ ଅମ୍ବାପାଲିରୁ ଆସିଲା ମହିଳାଙ୍କ ମହନୀୟତାର ଚିତ୍ର । କାନେ୍ଧଇଲେ ଶବ, ମୁଖାଗ୍ନି ଦେଲେ ନାବାଳିକା

ଦୁର୍ଘଟଣାରେ ଗୁରୁତର ଲକ୍ଷଣଙ୍କ ମେଡିକାଲରେ ହୋଇଥିଲା ମୃତ୍ୟୁ

486

କନକ ବ୍ୟୁରୋ: ଅନ୍ତର୍ଜାତୀୟ ମହିଳା ଦିବସରେ ଜଣେ ମହିଳା ଏପରି କାର୍ଯ୍ୟ କରିଯାଇଛନ୍ତି ଯାହାକୁ ଆଜି ସମସ୍ତେ ପ୍ରଶଂସା କରିବାକୁ ପଛାଉନାହାନ୍ତି । ବରଗଡ ଜିଲ୍ଲାର ସବିତା ମଲ୍ଲିକ । ମହିଳା ହୋଇମଧ୍ୟ ଜଣେ ଅସହାୟ ବ୍ୟକ୍ତିଙ୍କ ଶବକୁ କାନ୍ଧ ଦେବା ସହିତ କରାଇଲେ ଅନ୍ତିମ ସଂସ୍କାର । ବରଗଡ ନିକଟସ୍ଥ ଆଂବପାଳିରେ ଜଣେ ଅସହାୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ତାଙ୍କର କେହି ନଥିଲେ । ଏହା ଜାଣିବା ପରେ ପରେ ସବିତା ଓ ତାଙ୍କ ସହ ଯୋଗୀ ତୁରନ୍ତ ପହଁଚିଥିଲେ ମୃତଦେହ ନିକଟରେ । ଏହା ପରେ ବିଭିନ୍ନ ମହିଳା ସଂଗଠନ ସଦସ୍ୟ ପହଁଚି ସହାୟତାର ହାତ ବଢାଇଥିଲେ ।

ମୃତବ୍ୟକ୍ତିଙ୍କ ଶବକୁ କାନ୍ଧ ଦେଇ ଜୀରା ନଦୀ କୂଳରେ ଥିବା ସ୍ୱର୍ଗଦ୍ୱାରରେ ଶେଷ ସକ୍ରାର କରାଇଥିଲେ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ଏପରି କାମକୁ ଦେଖି ଏବେ ଚାରିଆଡୁ ଛୁଟୁଛି ଶୁଭେତ୍ସାର ଶୁଅ । ଗତ ୨ ତାରିଖରେ ସଂବଲପୁର ବୁର୍ଲା ଡାକ୍ତରଖାନାରେ ଜୀବନ ହରାଇଥିଲେ ଲଖମଣ । ମୃତ ଲକ୍ଷ୍ମଣଙ୍କ ଝିଅ କିପରି ଅନ୍ତିମ ସଂସ୍କାର କରିବାକୁ ହେବ ଚିନ୍ତାରେ ପଡିଥିବା ବେଳେ ଏହି ମହିଳାମାନେ ସହଯୋଗର ହାତ ବଢାଇଥିଲେ । ମାର୍ଚ ୮ ତାରିଖ ବିଶ୍ୱ ମହିଳା ଦିବସରେ ଏପରି ଏକ ଚିତ୍ର ସମାଜରେ ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ଯୋଗାଇବ ନିଶ୍ଚୟ ।