ନିର୍ବାଚନକୁ ବଳି ଗଲା ବରଗଡ଼ ଜିଲ୍ଲା ପରିଷଦ ଛକାପଞ୍ଝା: ବିଜେପିର ୯ ଜିଲ୍ଲା ପରିଷଦ ସଦସ୍ୟ ଇସ୍ତଫା ଦେବା ପରେ ଆରମ୍ଭ ହେଲା ହାଇଡ୍ରାମା

Advertisment
ନିର୍ବାଚନକୁ ବଳି ଗଲା ବରଗଡ଼ ଜିଲ୍ଲା ପରିଷଦ ଛକାପଞ୍ଝା: ବିଜେପିର ୯ ଜିଲ୍ଲା ପରିଷଦ ସଦସ୍ୟ ଇସ୍ତଫା ଦେବା ପରେ  ଆରମ୍ଭ ହେଲା ହାଇଡ୍ରାମା

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲା ପରିଷଦ ଦଖଲ ନେଇ ବିଜେଡି ଏବଂ ବିଜେପି ମଧ୍ୟରେ ଚାଲିଥିବା ଛକାପଞ୍ଝା ଚରମ ସୀମାରେ ପହଂଚିଛି। ସ୍ଥିତି ଏଭଳି ଯେ ଏହି ଉଷ୍ଣତା ସାଧାରଣ ନିର୍ବାଚନକୁ ବଳି ଗଲାଣି । ବିଜେପିର ୯ଜଣ ଜିଲ୍ଲା ପରିଷଦ ସଦସ୍ୟ ଇସ୍ତଫା ଦେବା ପରଠୁ ଏହି ହାଇଡ୍ରାମା ଆରମ୍ଭ ହୋଇଛି। ଇସ୍ତଫା ଦେବା ପରେ ଜିଲ୍ଲା ପରିଷଦ ସଭ୍ୟମାନେ ପଦ୍ମପୁରଠାରେ ବିଜେଡି ଜିଲ୍ଲା ସଭାପତିଙ୍କ ଉପସ୍ଥିତିରେ ଦଳରେ ମିଶିଥିଲେ। ଏହାର ଦୁଇ ଦିନ ପରେ ବିଜେପି ସାମ୍ବାଦିକ ସମ୍ମିଳନୀ ଡାକି ସାଂଘାତିକ ଅଭିଯୋଗ ଆଣିଥିଲା। ମନ୍ତ୍ରୀ ସୁଶାନ୍ତ ସିଂ ସଭ୍ୟମାନଙ୍କୁ ଅପହରଣ କରି ଧମକ ଏବଂ ଲକ୍ଷାଧିକ ଟଙ୍କା ପ୍ରଲୋଭନ ଦେଇ ବିଜେଡିକୁ ନେଇଛନ୍ତି ବୋଲି ବିଜେପି ଲୋକସଭା ପ୍ରାର୍ଥୀ ସୁରେଶ ପୂଜାରୀ ଅଭିଯୋଗ ଆଣିଥିଲେ।

publive-image

ସେହିଭଳି ଗତକାଲି ବିଜେଡି ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଏହାର ଜବାବ ରଖିଛି। ଏଥିରେ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିବା ୮ଜଣ ଜିଲ୍ଲା ପରିଷଦ ସଭ୍ୟ ଉପସ୍ଥିତ ଥିଲେ। ସେମାନେ ନିଜ ଇଚ୍ଛାରେ ବିଜେପି ଛାଡ଼ି ବିଜେଡିକୁ ଆସିଛନ୍ତି। ଆମକୁ ଅପହରଣ କରାଯାଇନି। ବରଂ ଆଗକୁ ଆହୁରି ୪/୫ଜଣ ବିଜେପି ସଭ୍ୟ ବିଜେଡିକୁ ଆସିବେ ଏବଂ ନିର୍ବାଚନ ସରିଲେ ଅନାସ୍ଥା ଆଣିବୁ ବୋଲି ସଭ୍ୟମାନେ କହିଛନ୍ତି।

publive-image

ଅନ୍ୟପକ୍ଷରେ ସୁଷମା ଭୋଇ ନାମକ ସଭ୍ୟା ପୁନର୍ବାର ବିଜେପିକୁ ଫେରି ଆସିଥିବା ଦାବିକୁ ବିଜେଡି ଖଣ୍ଡନ କରିଛି। ବିଜେପି ନିଜ ସାମ୍ବାଦିକ ସମ୍ମିଳନୀରେ ଦଳ ଛାଡ଼ିଥିବା ୯ରୁ ୨ଜଣ ସଦସ୍ୟା ପୁଣି ଫେରି ଆସିଥିବା ଦାବି କରିଛି। କିନ୍ତୁ ସୋମବାର ୭ ବଦଳରେ ୮ଜଣ ସଦସ୍ୟ କିଭଳି ହାଜର ହେଲେ ବୋଲି ବିଜେଡି ପାଲଟା ପ୍ରଶ୍ନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe