ପୁଣି ରାସ୍ତାକୁ ଓହ୍ଲାଇଲେ ବରଗଡ ଚାଷୀ । ଟୋକନରେ ଅବ୍ୟବସ୍ଥା ଓ ଧାନ ଉଠୁନଥିବା ପ୍ରତିବାଦରେ ବରପାଲି-ସୋନପୁର ରାସ୍ତା ଅବରୋଧ

ଶହ ଶହ ଚାଷୀଙ୍କୁ ଟୋକନ ମିଳିନଥିବା ଅଭିଯୋଗ

162

କନକ ବ୍ୟୁରୋ: ଟୋକନ ଅବ୍ୟବସ୍ଥାକୁ ନେଇ ବରଗଡରେ ପୁଣି ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ । ଅମଳ ଧାନକୁ ନେଇ ବରପାଲି –ସୋନପୁର ରାସ୍ତା ଅବରୋଧ କରିବା ସହ ଧାରଣା ଦେଇଛନ୍ତି ଚାଷୀ । ବରଗଡ ବରପାଲି ବ୍ଲକର ସତଲମା ମାର୍କେଟର ସିକିଡ଼ିଛକଠାରେ ଏହି ରାସ୍ତା ଅବରୋଧ କରିଛନ୍ତି ଚାଷୀ ।  ଶହ ଶହ ଚାଷୀ ଟୋକନ ପାଇନଥିବା ବେଳେ ଯେଉଁ ଚାଷୀଙ୍କୁ ଟୋକନ ମିଳିଛି ସେମାନେ ଏପର୍ଯ୍ୟନ୍ତ ଧାନ ବିକ୍ରି କରିପାରିନଥିବା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ । ଚାଷୀଙ୍କ ଧାରଣା ପାଇଁ ଯାତାୟତ ଠପ ହୋଇଛି ।

 

ସେପଟେ, ସମ୍ବଲପୁର ଜିଲ୍ଲା ଜମନକିରା ସମବାୟ ସମିତି ଅଧିନରେ ଥିବା ୭ଟି ମଣ୍ଡିରେ ଥିବା ୭୫୨ ଜଣ ଚାଷୀଙ୍କ ୮୨,୨୯୩ ପକେଟ ଧାନ ବସ୍ତା ଖୋଲା ଆକାଶ ତଳେ ପଡିରହିଛି । ତେବେ ଚାଷୀଙ୍କ ଅଭିଯୋଗ ରହିଛି କି, ଗତମାସ ୨୩ ତାରିଖରୁ ମାସେ ହେଲାଣି ମଣ୍ଡିରେ ଧାନ ଆଣି ରଖିଛନ୍ତି ହେଲେ ଧାନ ବିକ୍ରି ନହେବାରୁ ତାଙ୍କ ଟୋକନ ସବୁ କ୍ୟାନସେଲ ହୋଇଯାଇଛି । ପୁଣି କେବେ ଟୋକନ ଆସିବ ଓ ତାଙ୍କ ଧାନ ବିକ୍ରି ହେବ ସେ ନେଇ ଏବେ ଚିନ୍ତିରେ ପଡିଯାଇଛନ୍ତି ଚାଷୀ । କାହିଁକି ନା ଯଦି ସେମାନଙ୍କର ଧାନ ବିକ୍ରି ନ ହୁଏ ବା ସଠିକ୍ ସମୟରେ ସେମାନଙ୍କୁ ଟଙ୍କା ନମିଳେ ତେବେ ସମବାୟରୁ ଅଣିଥିବା ରୁଣ ଖିଲାପୀ ହେବ ଏବଂ ତାଙ୍କୁ ସୁଧ ମଧ୍ୟ ଦେବାକୁ ପଡିବ । ତେଣୁ ସରକାର ଯଥାଶୀଘ୍ର ମଣ୍ଡିରେ ପଡିଥିବା ହଜାର ହଜାର କୁଇଂଟାଲ ଧାନ ଉଠାଇବା ପାଇଁ  ଦାବି ହେଉଛି ।