ବରଗଡ଼ ସାଂସଦଙ୍କୁ କରୋନା: କୋଭିଡ-୧୯ ଭୁତାଣୁରେ ସଂକ୍ରମଣ ହେଲେ ବରଗଡ଼ ସାଂସଦ ତଥା ବିଜେପିର ବରିଷ୍ଠ ନେତା ସୁରେଶ ପୂଜାରୀ

କୌଣସି ଲକ୍ଷଣ ନଥାଇ ବି କୋଭିଡ ପରୀକ୍ଷା କରିବା ପରେ ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ହୋମ୍ ଆଇସୋଲେସନରେ ଥିବା ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ବିଜେପି ସାଂସଦ ।

221

କନକ ବ୍ୟୁରୋ: ବରଗଡ ସାଂସଦଙ୍କ କରୋନା । ବରଗଡ଼ର ଲୋକସଭା ସାଂସଦ ସୁରେଶ ପୂଜାରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ଏ ନେଇ ସେ ଟୁଇଟ କରି ଜଣାଇଛନ୍ତି । ଟୁଇଟରେ, କୋଭିଡ-୧୯ର ଲକ୍ଷଣ ନ ଥାଇ ମଧ୍ୟ ମୁଁ ଗତକାଲି କରୋନା ପରୀକ୍ଷା ପାଇଁ ମୋର ସ୍ୱାବ ନମୁନା ଦେଇଥିଲି । ଆଜି ମୋର ରିପୋର୍ଟ ପଜିଟିଭ୍ ଆସିଛି ବୋଲି ବରଗଡ଼ ଜିଲ୍ଲାପାଳ ମୋତେ ସୁଚନା କରିଛନ୍ତି । ସମ୍ବଲପୁର ଓ ବରଗଡ଼ ଜିଲ୍ଲାପାଳ ତଥା ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହୋମ୍ ଆଇସୋଲେସନରେ ଅଛି ଏବଂ ସୁସ୍ଥ ଅଛି ବୋଲି ସେ ଟୁଇଟ କରି ଜଣାଇଛନ୍ତି ।