ଫସଲ କରି ଫସିଗଲେ ଚାଷୀ ! ଆସିଲା ପଶ୍ଚିମ ଓଡିଶାରୁ ବର୍ଷର ପ୍ରଥମ ଚାଷୀ ଆତ୍ମହତ୍ୟାର ଖବର

39

କନକ ବ୍ୟୁରୋ : ଫସଲ କରି ଫସିଗଲେ ଚାଷୀ । ପଶ୍ଚିମ ଓଡିଶାରୁ ଆସିଛି ବର୍ଷର ପ୍ରଥମ ଚାଷୀ ଆତ୍ମହତ୍ୟାର ଖବର । ଫସଲହାନୀ ଓ ଋଣ ବୋଝ ପୁଣି ନେଇଛି ଜଣେ ଚାଷୀଙ୍କ ଜୀବନ । ବରଗଡ ଜିଲ୍ଲା କେନ୍ଦପାଲି ଗାଁର ଚାଷୀ ଖୟୁନି ବାରିକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସୋସାଇଟିରୁ ଋଣ ଆଣି ୩ ଏକର ଜମିରେ ଧାନ ଚାଷ କରିଥିଲେ ଖୟୁନି ।

ତେବେ ବାରମ୍ବାର ବିଦ୍ୟୁତ୍ କାଟ୍ ହେଉଥିବାରୁ ଫସଲ ପାଇଁ ଜମିକୁ ପାଣି ଯୋଗାଇ ପାରୁନଥିଲେ । ଶେଷରେ ଖୟୁନିଙ୍କ ଧାନ ଚାଷ ନଷ୍ଟ ହୋଇଯାଇଥିଲା । ଆଉ ଉପାୟ ନପାଇ ଜୀବନ ହାରିବାକୁ ନିଷ୍ପତି ନେଇଥିଲେ ଖୟୁନି । ସେପଟେ ମୃତ ଖୟୁନିଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ କରିଛନ୍ତି ଗ୍ରାମବାସୀ ।