ଧାନ ଛାଡ଼ି ଘରକୁ ଫେରିଲେ ଚାଷୀ : ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଥିଲେ; ନା ଧାନ ଉଠିଲା, ନା ମିଳିଲା ପ୍ରତିଶ୍ରୁତି

78

କନକ ବ୍ୟୁରୋ : ଧାନ ଛାଡ଼ି ଘରକୁ ଫେରିଲେ ଚାଷୀ । ନା ଧାନ ଉଠିଲା, ନା ମିଳିଲା ପ୍ରତିଶ୍ରୁତି । ଶେଷରେ ବରଗଡ଼ ଜିଲ୍ଲାପାଳଙ୍କ ଅଫିସ ଠାରେ ତିନି ଦିନ ଧରି ଅହୋରାତ୍ର ଚାଲିଥିବା ଚାଷୀ ଆନ୍ଦୋଳନର ପରିସମାପ୍ତି ଘଟିଛି । ଟୋକନ ବ୍ୟବସ୍ଥାକୁ ବିରୋଧ କରି ଚାଷୀମାନେ ଆନ୍ଦୋଳନ ଜାରି ରଖିଥିଲେ । ଜିଲ୍ଲାରେ ପ୍ରାୟ ୧୦ ଲକ୍ଷ କ୍ୱିଂଟାଲ ରବି ଧାନ ପଡ଼ି ରହିଛି ।

ଧାନ ଅମଳ କରି ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ହଟହଟା ହେଉଛି ଚାଷୀ । ଏହାକୁ ନେଇ ଚାଷୀ ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ନା ଏହାକୁ ପ୍ରଶାସନ ଶୁଣୁଛି ନା ଯୋଗାଣ ବିଭାଗ । ଏପରିକି ରାଜଧାନୀରୁ ମଧ୍ୟ ଏହା ଉପରେ କିଛି ନିଷ୍ପତ୍ତି ମଳିପାରିନାହିଁ । ଗୋଟିଏ ହିସାବରେ ରବି ଧାନ କିଣାରେ ସବୁ ନୀତିନିୟମ ଫେଲ ମାରିଛି । ଶେଷରେ ହତାଶ ହୋଇ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଉଭୟ ଗେଟ ସାମ୍ନାରେ ଚାଷୀ ଗଦା ଥିବା ଧାନ ବସ୍ତାକୁ ଛାଡ଼ି ଘରକୁ ଫେରିଛିନ୍ତି ।

Comments are closed.