ସାଂସ୍କୃତିକ ଶୋଭାଯାତ୍ରା ସହ ଆରମ୍ଭ ହେଲା ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ୧୧ ଦିନ ଧରି ମଥୁରାନଗରୀରେ ଚାଲିବ ମହାରାଜ କଂସଙ୍କ ରାଜୁତି : ଅଟ୍ଟହାସ୍ୟରେ ପ୍ରକମ୍ପିତ ହେବ ରାଜ ଦରବାର

Advertisment
ଉଠୁଛି ପଡୁଛି ବରଗଡ...ଧନୁଯାତ୍ରାର ଆକର୍ଷଣ ସାଜିଛି ମଥୁରା ନରେଶଙ୍କ ରାଜଦରବାର...ବିରାଟ ମଞ୍ଚରେ ପାତ୍ରମନ୍ତ୍ରୀଙ୍କ ସହ ଅଭିନୟ କରି ଦର୍ଶକଙ୍କ ମନ ମୋହୁଛନ୍ତି କଂସ ମହାରାଜା

କନକ ବ୍ୟୁରୋ : ମଥୁରାନଗରୀରେ ଆରମ୍ଭ ହେଲା ମହାରାଜ କଂସଙ୍କ ରାଜୁତି। ପ୍ରବଳପ୍ରତାପୀ ମହାରାଜ କଂସଙ୍କ ପ୍ରକୋପରେ ଥରହର  ମଥୁରା ନଗରବାସୀ । ବିଶ୍ୱର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ୭୧ତମ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ମଂଗଳବାର ବିଧିବଦ୍ଧ ଭାବେ ଉଦଘାଟିତ ହୋଇଛି। ଅପରାହ୍ନରେ  ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା ସାଂସ୍କୃତିକ ଶୋଭାଯାତ୍ରା। ଏହା ନଗର ପରିକ୍ରମା କରିବାପରେ  ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ମନ୍ଦିରରେ ପହଂଚିଥିଲା।  ସେଠାରେ ଆଶୀର୍ବାଦ ଭିକ୍ଷା କରିବା ପାଇଁ ମହାରାଜ ଉଗ୍ରସେନ, ମନ୍ତ୍ରୀ ପାରିଷଦ ବର୍ଗ ସମେତ ଅତିଥିମାନଙ୍କୁ ନେଇ ମନ୍ଦିରରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ସଜ୍ଜିତ ହାତୀ, ଘୋଡ଼ା ଗାଡ଼ି ସହ ଏକ  ଶୋଭାଯାତ୍ରା ସହର ପରିକ୍ରମା କରି ହାଟପଦାସ୍ଥିତ ରାଜ ଦରବାରରେ ପହଞ୍ଚିଥିଲେ।

publive-imageସେଠାରେ ଧନୁଯାତ୍ରା ମହୋତ୍ସବ ଉଦଘାଟନ ହୋଇଥିଲା। ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସାଂସଦ ସୁରେଶ ପୂଜାରୀ, ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ, ଏସପି ପଦ୍ମିନୀ ସାହୁ ପ୍ରମୁଖ ଉପସ୍ଥିତ ରହି ମହୋତ୍ସବକୁ ଉଦଘାଟନ କରିଥିଲେ। ଧନୁଯାତ୍ରାକୁ ଜାତୀୟ ମାନ୍ୟତା ପାଇଁ ମିଳିତ ଭାବେ ପ୍ରୟାସ ହେବ ବୋଲି ନେତୃବୃନ୍ଦ ଘୋଷଣା କରିଥିଲେ। ମହୋତ୍ସବ ସମିତି ସଂଯୋଜକ ସୁରେଶ୍ୱର ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରାଜଦରବାର କମିଟି ଆବାହକ ରାଜେନ୍ଦ୍ର ପ୍ରସାଦ ସିଂହ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe