କନକ ବ୍ୟୁରୋ : ଡାଲି ପିତା, ଭାତରେ ଗୋଡ଼ି, ଏମିତି ଚାଲିଛି ଆହାର କେନ୍ଦ୍ର । ବରଗଡ଼ରେ କେମିତି ଚାଲିଛି ଆହାର ବ୍ୟବସ୍ଥା, ତାର ତଦାରଖ ପାଇଁ ଆହାର କେନ୍ଦ୍ରରେ ପହଂଚିଥିଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ । ମାନ ଜାଣିବା ପାଇଁ ଯେତେବେଳେ ଡାଲମା ଓ ଭାତ ଖାଇବା ଆରମ୍ଭ କରିଥିଲେ, ସାମ୍ନାକୁ ଆସିଥିଲା ବରଗଡ଼ ଆହାର କେନ୍ଦ୍ରର ପ୍ରକୃତ ସତ୍ୟ ।
ନିମ୍ନମାନର ଖାଦ୍ୟ ଦେଖି ବର୍ଷିଥିଲେ ସୁବାଷ ଚୌହାନ । କେବଳ ସେତିକି ନୁହେଁ, ବରଗଡ଼ର ଏହି ଆହାର କେନ୍ଦ୍ରରେ ୬ଶହ ଜଣଙ୍କ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ଥା ହେଉଥିବା ବେଳେ ୩ଶହ ଟିକେଟ୍ ବିକ୍ରି ହେବା ପରେ ଖାଦ୍ୟ ସରିଯାଉଥିବା ଜଣାପଡିଛି । ଆହାର କେନ୍ଦ୍ର ଦିନ ୧୧ଟାରୁ ୩ଟାଏଁ ଯାଏଁ ଖୋଲା ରଖିବାକୁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ସାଢ଼େ ୧୧ଟାରେ ବନ୍ଦ ହୋଇଯାଉଛି
/kanak/media/post_attachments/wp-content/uploads/2019/11/subhaschouhan-268331712_8-300x188.jpg)
ଏପଟେ ସଫେଇ ରଖି ଜିଲ୍ଲାପାଳ କହିଛନ୍ତି-ପର୍ବ-ପର୍ବାଣୀ ଦେଖି ମିଲ୍ସର ପରିମାଣ କମାଇ ଦିଆଯାଏ । ତେବେ ନିମ୍ନମାନର ଖାଦ୍ୟ ଦିଆଯିବା ସଂପର୍କରେ ଯତ୍ନବାନ ହେବାକୁ ସଚେତନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ନେତା, ମନ୍ତ୍ରୀ ଓ ପ୍ରଶାସକ ରାଜ୍ୟର ବିଭିନ୍ନ ଆହାର କେନ୍ଦ୍ର ବୁଲି ଖାଦ୍ୟ ଖାଇବା ସହ ଖାଦ୍ୟର ମାନ ଯାଂଚ କରୁଛନ୍ତି । ବର୍ତମାନ ସୁଦ୍ଧା ପ୍ରାୟ ସବୁ ନେତା ସରକାର କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବା ଭଳି ବୟାନ ଦେଇଥିବା ବେଳେ ପ୍ରଥମ ଥର ପାଇଁ ଏଭଳି ଏକ ତଥ୍ୟ ରଖିଛନ୍ତି ସୁବାଷ ଚୌହାନ ।