କନକ ବ୍ୟୁରୋ : ବରଗଡ଼ ଜିଲ୍ଲାର ମେଲଛାମୁଣ୍ଡା ଥାନାରେ ଉତ୍ୟକ୍ତ ଗ୍ରାମବାସୀ ନିଆଁ ଲଗାଇ ବ୍ୟାପକ ଜଳାପୋଡ଼ା କରିଛନ୍ତି । ୪ ବର୍ଷର ନିଖୋଜ ଶିଶୁ ପୁତ୍ର ପୀୟୁଷ ଜୈନର ଶବ ଉଦ୍ଧାର ହେବା ପରେ ଲୋକେ ଏହି କାଣ୍ଡ ଭିଆଇଛନ୍ତି । ଶିଶୁ ପୁତ୍ର ଶବକୁ ନେଇ ପ୍ରଥମେ ବରଗଡ ଏସପିଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ ଏବଂ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ମେଲଛାମୁଣ୍ଡା ଥାନାକୁ ଗାଁଲୋରେ ଘେରାଉ କରିଥିଲେ ।
ପରେ ସେମାନେ ସେଠାରେ ଥିବା ମୋଟର ସାଇକେଲ, ସ୍କୋର୍ପିଓ, ବୋଲେର ସହିତ ଥାନା ଅଫିସରେ ଥିବା କମ୍ପ୍ୟୁଟର, କାଗଜପତ୍ରରେ ନିଆଁ ଲଗାଇ ଦେଇଥିଲେ । ଗତ ୮ ତାରିଖରେ ସ୍କୁଲ ଫେରିବା ବାଟରେ ଶିଶୁଟି ନିଖୋଜ ହୋଇଯାଇଥିଲା ଏବଂ ପରେ ଏନେଇ ପରିବାର ଲୋକେ ମେଲଛାମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଗତ ୧୮ ତାରିଖରେ ଶିଶୁଟିର ଶବ ବିଜେପୁର ଥାନା ଅନ୍ତର୍ଗତ ଜଲଙ୍ଗାଡ଼େରା ନିକଟରୁ ଉଦ୍ଧାର ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/vlcsnap-2017-02-19-22h23m52s459.png)