ବରଗଡରେ ନିଆରା ବିବାହ : ଜାତି, ଜାତକ, ଯୈାତୁକ ବିନା ବିବାହରେ ବାନ୍ଧିହେଲେ ୨୨ ଜଣ ଯୋଡା

85

ବରଗଡରେ ନିଆରା ବିବାହ । ଖୋଲା ମଂଚରେ ଫୁଲମାଳ ଦେଇ ପରସ୍ପରକୁ ବରଣ କରିଛନ୍ତି ୨୨ଜଣ ଯୋଡା । ଜାତି-ଜାତକ-ଯୌତୁକ ବିନା ଏମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଡ. ଆମ୍ବେଦକର ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଏପରି ନିଆରା ବିବାହର ଆୟୋଜନ କରାଯାଇଥିଲେ । ଏହାସହ ଉପହାର ସ୍ୱରୂପ ନବଦମ୍ପତିଙ୍କୁ ଗୋଟିଏ ଲେଖାଏଁ ଗଛ ଦିଆଯାଇଛି ।

ତେବେ ବିବାହର ଖୁସି ଏହି ନବଦମ୍ପତିଙ୍କ ମୁହଁରୁ ସ୍ପଷ୍ଟଭାବେ ବାରି ହୋଇପଡୁଥିଲା । କିଏ ମୁରୁକି ହସୁଥିଲା , ପୁଣି ଆଉ କିଏ ଲାଜେଇ ଯାଉଥିଲା ତାର ସାଥି ଆଗରେ । ପରସ୍ପରର ହାତ ଧରି ନାଚଗୀତରେ ହଜି ଯାଇଥିଲେ ଭିନ୍ନ ଏକ ଦୂନିଆରେ ।  ଯେଉଁଠି ନଥିଲା ଜାତି, ଜାତକ କି ଯୈାତୁକର କୌଣସି ବାଡ ବନ୍ଧ ।

ବିବାହ ଦୁଇଟି ମନର ମିଳନ । ଏହି ଉକ୍ତିଟିକୁ ସତ୍ୟ ପ୍ରମାଣିତ କରିଛନ୍ତି ଏହି ନବ ଦମ୍ପତି । କେବଳ ବରଣମାଳା ଦେଇ ଏମାନେ ନିଜ ନିଜକୁ ବରଣ କରିନେଇଛନ୍ତି ସାରା ଜୀବନ ପାଇଁ ।