ଓଡିଶାର ଭାତ ହାଣ୍ଡି ବରଗଡରେ ବିଚିତ୍ର ବ୍ୟବସ୍ଥା । ଧାନ ଧରି ଦିନ ଦିନ ମଣ୍ଡି ଆଗରେ ପଡି ରହିଛି ଚାଷୀ, ହେଲେ ଚାଲିଛି ମିଲର-ଦଲାଲ ମଧୁ ଚନ୍ଦ୍ରିକା

115

କନକ ବ୍ୟୁରୋ : ମଣ୍ଡିରେ ଚାଲିଛି ଦଲାଲ ରାଜ । ଚାଷୀ ଧାନ ବିକିବା ପାଇଁ ହନ୍ତସନ୍ତ ହେଉଥିବା ବେଳେ ଧାନ ବିକି ମାଲାମାଲ ହେଉଛନ୍ତି ଦଲାଲ । ଓଡିଶାର ଭାତ ହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାର ବିଭିନ୍ନ ମଣ୍ଡିରୁ ସାମ୍ନାକୁ ଆସିଛି ଏହି ବିଚିତ୍ର ବ୍ୟବସ୍ଥା । ମଣ୍ଡିରେ ଖୋଲାମେଲାର ଦିନ ଦିନ ଧରି ପଡି ରହିଛି ଶହଶହ ବସ୍ତା ଧାନ । ଚାଷୀମାନେ ଦିନ ରାତି ଧାନକୁ ଜଗି ରହୁଛନ୍ତି । ହେଲେ ଟ୍ରକ ଆସୁନି, ଟାର୍ଗେଟ ନାହିଁ କହି ମଣ୍ଡିରେ ଧାନ କଂଟା କରୁନାହାନ୍ତି ମଣ୍ଡି କର୍ତୃପକ୍ଷ । କିନ୍ତୁ ମିଲର-ଦଲାଲ ମଧୁ ଚନ୍ଦ୍ରିକାରେ ରାତି ଅଧରେ ଧାନ କଂଟା ହେଉଛି । ଦଲାଲଙ୍କ ଟ୍ରକ ଟ୍ରକ୍ ଧାନ କଂଟା କରି ପଠାଯାଉଛି । ଆଉ ଏ ସଂପର୍କୀତ ଖବର ପ୍ରସାରଣ କରିବାକୁ ଗଲେ ଗଣମାଧ୍ୟମର କଂଠରୋଧ କରିବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ ହୋଇଛି ।