କନକ ବ୍ୟୁରୋ : ସବୁ ଚର୍ଚ୍ଚା, ଗୁଜବକୁ ପଛରେ ରଖି ଶେଷରେ କମଲା ହ୍ୟାରିସଙ୍କୁ ସମର୍ଥନ ଜଣାଇଲେ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଓ ପତ୍ନୀ ମିଚେଲ ଓବାମା । ଅଫିସିଆଲ ୱେବସାଇଟରେ ଏକ ଭିଡିଓ ରିଲିଜ ହୋଇଛି । ଯେଉଁଥିରେ ଓବାମା ଦମ୍ପତି ଫୋନରେ କମଲା ହ୍ୟାରିସଙ୍କ ଫୋନରେ କଥା ହେଉଥିବା ଦେଖିବାକୁ ମିଳିଛି ଓ ଏହି ସମୟରେ ସେମାନେ ସମର୍ଥନ ଜଣାଇବାକୁ ସ୍ଥିର କରିଥିବା କହିଥିଲେ । କିଛି ଦିନ ହେବ ଚର୍ଚ୍ଚା ହେଉଥିଲା ଯେ ଆରିଜୋନା ସିନେଟର ମାର୍କ କେଲିଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଥିଲେ । ତେଣୁ ହାରିସଙ୍କୁ ସମର୍ଥନ ଦେବେ ନା ନାହିଁ ଦ୍ବନ୍ଦ୍ବରେ ପଡିଥିଲେ । ତେବେ ଶେଷରେ ଓବାମା ଦମ୍ପତି କମଲା ହ୍ୟାରିସଙ୍କୁ ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀଭାବେ ସମର୍ଥନ କରୁଛନ୍ତି