କ୍ରିସମାସ୍ ପୂର୍ବରୁ ମୁଣ୍ଡରେ ସାଣ୍ଟା କ୍ରୁଜ୍ ଟୋପି ପିନ୍ଧି ଏବଂ ପିଠିରେ ଲାଲ୍ ରଙ୍ଗର ବଡ ବସ୍ତା ନେଇ ସଡକକୁ ବାହାରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତୀ ବାରାକ୍ ଓବାମା । ବୁଧବାର ଆମେରିକାର ଏକ ଶିଶୁ ଡାକ୍ତରଖାନାରେ ଘଟିଛି ଏଭଳି ଏକ ଘଟଣା । ଯେଉଁଥିରେ ବାରାକ୍ ଓବାମା ମାନବିକତାର ଉଦାହରଣ ଦେଇଛନ୍ତି । ରିପୋର୍ଟ ଅନୁସାରେ ବୁଧବାର ଓବାମା ଯେତେବେଳେ ସାଣ୍ଟା କ୍ରୁଜ୍ ହୋଇ ଚିଲ୍ଡ୍ରେନ୍ ନ୍ୟାସନାଲ୍ ହସ୍ପିଟାଲକୁ ଗଲେ ସେତେବେଳେ ଚିକିତ୍ସା ହେଉଥିବା ଶିଶୁ ପ୍ଲେରୁମ୍ ରେ କ୍ରିସମାସ୍ ପାଇଁ ସୋଲରେ ବରଫାକୃତ ଗୋଲେଇ ପ୍ରସ୍ତୁତ କରୁଥିଲେ ।
୫୭ ବର୍ଷୀୟ ପୂର୍ବତନ ରାଷ୍ଟ୍ରପତୀ ଯେତେବେଳେ ହସ୍ପିଟାଲରେ ପହଞ୍ଚିଲେ ଡାକ୍ତରଖାନା କର୍ମଚାରୀ ତାଙ୍କୁ ସ୍ୱାଗତ ଜଣାଇଥିଲେ । ଏହାପରେ ପିଲାଙ୍କୁ ରିମୋର୍ଟ କାର୍ ,ବଲ୍ ,ନେଲପଲିସ୍ ଏବଂ କଣ୍ଢେଇ ଭଳି ଅନ୍ୟ ଖେଳନା ସବୁ ବାଣ୍ଟିଥିଲେ ଓବାମା । ହସ୍ପିଟାଲ କର୍ମଚାରୀଙ୍କୁ ଓବାମା ପିଲାଙ୍କ ଦେଖାଶୁଣା କରୁଥିବାରୁ ଧନ୍ୟବାଦ ମଧ୍ୟ ଅର୍ପଣ କରିଥିଲେ । ସେ ଏହାର ଏକ ଭିଡିଓକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଯାହାକୁ ଲୋକମାନେ ଖୁବ୍ ପସନ୍ଦ ମଧ୍ୟ କରିଛନ୍ତି ।
Thank you @BarackObama for making our patients’ day so much brighter. Your surprise warmed our hallways and put smiles on everyone’s faces! Our patients loved your company…and your gifts! https://t.co/bswxSrA4sQ ❤️ #HolidaysAtChildrens#ObamaAndKidspic.twitter.com/qii53UbSRS
— Children's National 🏥 (@childrenshealth) December 19, 2018
ସେ ଏହି ଭିଡିଓରେ ଶିଶୁଙ୍କ ସହ ମିଶିବାକୁ ନେଇ ଖୁସି ଜାହିର କରିବା ସହ ଦୁଇ ଝିଅଙ୍କ ବାପା ହୋଇଥିବାରୁ ପିଲାଙ୍କ ଦାୟିତ୍ୱ କିଭଳି ନିଆଯାଏ ଏବଂ ଅଧିକ ପିଲାଙ୍କ ଦାୟିତ୍ୱ କର୍ମଚାରୀ ଯେଭଳି ଭାବେ ନେଉଛନ୍ତି ଏହାକୁ ନେଇ ସେ ଧନ୍ୟବାଦ ଅର୍ପଣ କରିଛନ୍ତି । ଡାକ୍ତରଖାନାରୁ ବାହାରିବା ପରେ କର୍ମଚାରୀ ନିଜ ଟ୍ୱିଟର ଆକାଉଣ୍ଟରେ ଓବାମାଙ୍କୁ ଧନ୍ୟବାଦ ଦେବା ସହ ତାଙ୍କ ଉପହାର ପିଲାମାନଙ୍କୁ ଭଲ ଲାଗିଥିବା କଥା କହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/OBAMA-GIFT.jpg)
/kanak/media/post_attachments/wp-content/uploads/2018/12/Barack_Obama_delivering_gifts_greeting_patients_and_their_parents_at_Children_National_Medical__1545304672-300x169.jpg)
/kanak/media/post_attachments/wp-content/uploads/2018/12/122018202343516518489552-300x171.jpg)