କନକ ବ୍ୟୁରୋ: କଟକ ବାରବାଟୀ ଷ୍ଟାଡିୟମର ହେବ ନବକଳେବର । ୩ ବର୍ଷ ମଧ୍ୟରେ ବିଶ୍ୱସ୍ତରୀୟ କ୍ରିକେଟ ଷ୍ଟାଡିୟମର ମାନ୍ୟତା ପାଇବ କଟକ ବାରବାଟୀ ଷ୍ଟାଡିୟମ । ଏନେଇ ଆଜି ସମୀକ୍ଷା କରିଛନ୍ତି ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । ଷ୍ଟାଡିୟମ ଯାଇ ନୂଆ ପ୍ରକଳ୍ପ କାମ ସମ୍ପର୍କରେ ଆଲୋଚନା କରିବା ସହ ପଡ଼ିଆ, ପିଚ୍, ଗ୍ୟାଲେରି ବୁଲି ଦେଖିଛନ୍ତି । ଫେବ୍ରୁଆରୀ ୨୭ରେ ଏହି ପ୍ରକଳ୍ପର ଭିତ୍ତିିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀକରଣ ପ୍ରକଳ୍ପରେ ପୁରୁଣା ଗ୍ୟାଲେରିକୁ ଭଙ୍ଗା ଯାଇ ନୂତନା ଭାବେ ନିର୍ମାଣ କରାଯିବ । ୬୦ ହଜାର ଦର୍ଶକଙ୍କ ପାଇଁ ଲାଗିବ ନୂଆ ଚେୟାର । ଏହାଛଡ଼ା ପଡ଼ିଆର ସୌନ୍ଦର୍ଯ୍ୟକରଣ କାମ ମଧ୍ୟ ହେବ । ଡ୍ରେସିଂ ରୁମ୍, ଜିମ୍, ସୁଇମିଂ ପୁଲ, ଇଣ୍ଡୋର ଗେମ ପାଇଁ ବ୍ୟବସ୍ଥା କରାଯିବ ।
ନୂଆ ରୂପ ପାଇବ କଟକ ବାରବାଟୀ ଷ୍ଟାଡିୟମ । ସମୀକ୍ଷା କଲେ ଫାଇଭ୍ ଟି ଅଧ୍ୟକ୍ଷ ।
/kanak/media/post_attachments/wp-content/uploads/2024/02/8-30.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)