କଟକ : ଆସନ୍ତା ଜାନୁୟାରୀ ୧୯ ରେ ବାରବାଟୀରେ ହେବାକୁ ଥିବା ଭାରତ ଇଂଲଣ୍ଡ ଦିନିକିଆ ମ୍ୟାଚ୍ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା କରିଛନ୍ତି ଆରଡିସି । ବୈଠକରେ ଆରଡିସିଙ୍କ ସମେତ ଓସିଏ ପୂର୍ବତନ ସଂପାଦକ ଆର୍ଶୀବାଦ ବେହେରା,କଟକ ଜିଲ୍ଲାପାଳ,ସିଏମସି କମିଶନର ଏବଂ କଟକ ବାରବାଟୀ ବିଧାୟକ ଉପସ୍ଥିତ ଥିଲେ।

Advertisment

ଗତଥର ଗ୍ୟାଲେରୀରୁ ଘଟିଥିବା ବୋତଲ ମାଡ ଘଟଣାକୁ ଏଡାଇବା ଲାଗି ଚଳିତ ଥର ସବୁ ଗ୍ୟାଲେରୀରେ ନେଟିଂ ବ୍ୟବସ୍ଥା କରାଯିବ । ଷ୍ଟାଡିୟମ ମଧ୍ୟକୁ ପାଣିବୋତଲ ନେବା ବ୍ୟାନ୍ କରାଯାଇଛି । ପୁରା ଷ୍ଟାଡିୟମରେ ୧୩୨ ଟି ସିସିଟିଭିର ବ୍ୟବସ୍ଥା କରାଯିବ । ଆସନ୍ତା ୧୪ ଏବଂ ୧୫ ତାରିଖ ଠାରୁ ଓସିଏ ଅନୁବନ୍ଧିତ ସଂସ୍ଥାଗୁଡିକ ଓସିଏ କାର୍ଯ୍ୟାଳୟରୁ ଟିକେଟ୍ ନେଇ ପାରିବେ । ସେହିପରି ୧୬ ଏବଂ ୧୭ ତାରିଖ ସର୍ବସାଧାରଣଙ୍କ ପାଇଁ ଟିକେଟ ବିକ୍ରି ଆରମ୍ଭ ହେବ ।

ଦେଖନ୍ତୁ ଏହି ଭିଡିଓ –