କନକ ବ୍ୟୁରୋ: ବାରବାଟୀ- କଟକରେ ପୁଣି କମାଲ୍ କଲା କଂଗ୍ରେସ । ନିଜ ଗଡ ବଞ୍ଚାଇ ରଖିଲା କଂଗ୍ରେସ । ୨୦୨୪ ବାଜିରେ ବିଜୟୀ ହେଲେ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ୍ । ତେବେ ବିଜେପିର ପ୍ରତିଦ୍ୱନ୍ଦୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ବିଜେଡିର ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ହରାଇ ବିଜୟୀ ହୋଇଛନ୍ତି ସୋଫିଆ ।
ତେବେ ୨୦୧୯ରେ ବାରବାଟୀ ଆସନରେ କଂଗ୍ରେସର ମହମ୍ମଦ ମୋକିମ ବିଜୟୀ ହୋଇଥିଲେ । ୨୦୨୪ରେ ମୋକିମଙ୍କ ଝିଅଙ୍କୁ ଟିକେଟ୍ ଦେଇଥିଲା ଦଳ । ଆଉ ତାଙ୍କ ସାମ୍ନାରେ ବିଜେପି ଓ ବିଜେଡି ବଡ ନେତା ଏବଂ ଚର୍ଚ୍ଚିତ ଚେହେରାଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସର ଯାଦୁ ଆଗରେ ସମସ୍ତ ବିରୋଧୀ ପରାଜିତ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/06/16-3.jpg)