ଲକଡାଉନ ସମୟରେ ମହଙ୍ଗା ପଡିଲା ବାହାଘର । ରୋସଣି କରି ଯାଉଥିଲେ, ପୋଲିସ ପହଂଥିଲା ବର ସମେତ ବରଯାତ୍ରୀଙ୍କୁ ବି ବାନ୍ଧିଲା

1,716

କନକ ବ୍ୟୁରୋ : ମହଙ୍ଗା ପଡିଲା ଲକଡାଉନ ସମୟରେ ବାହାଘର । କରୋନା କଟକଣା ସମୟରେ ବରଯାତ୍ରୀଙ୍କୁ ସାଙ୍ଗରେ ଧରି କନିଆ ଘରକୁ ଯିବାରେ ବାଧକ ସାଜିଲା ପୋଲିସ । ରୋସଣି ଅଧାରୁ ପହଂଚି ଗଲା ପୋଲିସ । ଥାନାରେ ମାମାଲା ତ ରୁଜୁ କଲା ବର ସମେତ ଅନେକ ବରଯାତ୍ରୀଙ୍କୁ ଗିରଫ ବି କରିନେଲା । ବାହାଘର ଲଗ୍ନ ସ୍ଥିର ହେବା ପରେ ବରଘର ପକ୍ଷରୁ ବଡ ଧୁମଧାମରେ କନିଆ ଘର ଅଭିମୁଖେ ବାହାରିଥିଲା ରୋସଣି । କିନ୍ତୁ କରୋନା କଟକଣାକୁ ଏମାନେ ଭ୍ରୁକ୍ଷେପ କରିନଥିଲେ । ବିନା ଅନୁମତିରେ ବ୍ୟାଣ୍ଡ, ବାଜା ବଜାଇ ଚାଲିଥିଲେ । ଯେଉଁ ସମୟରେ ଦେଶରେ କରୋନା ବଢିବାରେ ଲାଗିଛି ସେହି ସମୟରେ ଏମାନେ ଏକାଠି ତ ହେଲେ , ସରକାରଙ୍କ ନିୟମକୁ ବି ମାନିଲେ ନାହିଁ । ବରଯାତ୍ରୀ ଯାଉଥିବା ବ୍ୟକ୍ତିଙ୍କ ମୁହଁରେ ବି ମାସ୍କ ନଥିଲା , ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ତେବେ ଏହି ବାହାଘରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ବରକୁ ବି ଗିରଫ କରିନେଇଛି ପୋଲିସ । ବ୍ୟାଣ୍ଡପାର୍ଟି ଉପରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ନେଇ ବି ସୂଚନା ମିଳିଛି । ଭିଡିଓରୁ ସ୍ପଷ୍ଟ ଦେଖାଯାଉଛି ଯେ, ବାହାଘର ମାହୋଲରେ କେହି ବି କରୋନା କଟକଣା ମାନୁନାହାନ୍ତି । ବରଂ ମନଇଚ୍ଛା ବାହାଘରରେ ନାଚିବାରେ ବ୍ୟସ୍ତ ଅଛନ୍ତି । ଏହି ଘଟଣାଟି ମହାରାଷ୍ଟ୍ରରେ ଘଟିଛି । ଯେଉଁ ସମୟରେ ମହାରାଷ୍ଟ୍ରରେ କରୋନାର ଅବସ୍ଥା ସାଂଘାତିକ ରହିଛି ସେହି ସମୟରେ କରୋନା କଟକଣାକୁ ନମାନି ଏମାନେ ବ୍ୟାଣ୍ଡବାଜାରେ ମସଗୁଲ ରହିଛନ୍ତି । ସାମାନ୍ୟ ଟିକିଏ ଭୁଲ ପାଇଁ ଯେ, କେତେ ବଡ ବିପଦିକୁ ଆମେ ମାନେ ଡାକୁଛନ୍ତି ତାହା ଏହି ଦୃଶ୍ୟରୁ ବେଶ ପ୍ରାଜଂଳ ଭାବରେ ବୁଝଯାଉଛି ।