କନକ ବ୍ୟୁରୋ: ବ୍ରହ୍ମପୁର ସ୍ଥିତ ସରକାରୀ ଅତିଥି ଭବନରେ ବୋଆଇନ ଭାବେ ଖୋଲିଛି ବାର। ଏଭଳି ଅଭିଯୋଗ କରିଛନ୍ତି ସହରବାସୀ ଓ କର୍ପୋରେଟର।

Advertisment

ମୁନିସିପାଲିଟି ଅତିଥି ଭବନକୁ ଏକ ସଂସ୍ଥାକୁ ଲିଜ୍ ଆକାରରେ ୫ ବର୍ଷ ପାଇଁ ୨୦୨୦ରେ ପ୍ରଦାନ କରାଯାଇଥିଲା। ଗତ ଚାରି ବର୍ଷ ମଧ୍ୟରେ ସେହି ସଂସ୍ଥା ଅତିଥି ଭବନର ସ୍ଥିତାବସ୍ଥାକୁ ଭାଙ୍ଗିବା ସହ ସେଥି ମଧ୍ୟରେ ଏକ ବାର୍ ଖୋଲାଯାଇଛି। ଗତ ୬ ମାସ ପୂର୍ବରୁ ଏହି ବାର ଖୋଲାଯାଇଥିବା ବେଳେ ଏହା ସମ୍ପୂର୍ଣ୍ଣ ରୂପେ ବେଆଇନ ବୋଲି ଅଭିଯୋଗ ହୋଇଛି। ଏହାଛଡ଼ା ଏହି ସରକାରୀ ଅତିଥି ଭବନ ନିକଟରେ ଖଲ୍ଲିକୋଟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ରହିଛି। ସେହି ରାସ୍ତା ଗୁରୁତ୍ୱପୂର୍ଣ୍ଣ ରାସ୍ତା ଥିବା ଯୋଗୁଁ ଏଭଳି ବାର ଖୋଲାଯିବା କଥା ନୁହେଁ। ତେବେ ଘଟଣାକୁ ନେଇ ତଦନ୍ତ କରାଯିବା ସହିତ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବ୍ରହ୍ମପୁର ମେୟର।