ଓକିଲଙ୍କ ଉପରେ ବାର କାଉଁସିଲର କଠୋର ନିୟମ, ଆଉ ଧର୍ମଘଟ କିମ୍ବା କୋର୍ଟକୁ ବହିସ୍କାର କରିପାରିବେ ନାହିଁ ଓକିଲ

129

କନକ ବ୍ୟୁରୋ : ବାର କାଉଁସିଲ ଅଫ୍ ଇଣ୍ଡିଆ ଶୁକ୍ରବାର ଦିନ ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇ କହିଛନ୍ତି କି, ଓକିଲମନେ ଧର୍ମଘଟକୁ ଯିବା ଉପରେ ରୋକ ଲଗାଇବା ଓ ଅଦାଲତ ବହିସ୍କାର କରିବା କ୍ଷେତ୍ରରେ ପ୍ରତିବନ୍ଧକ ଲଗାଇବାକୁ ବାର କାଉଁସିଲ ନୂଆ ନିୟମ ପ୍ରସ୍ତୁତ କରୁଛି । ବିସିଆଇ କହିଛି କି ଏହା ସହିତ ନିୟମ ଉଳଙ୍ଘନ କରୁଥିବା ଓକିଲ ସୋସିଆଲ ମିଡିଆ ମଧ୍ୟମରେ ଧର୍ମଘଟକୁ ପ୍ରୋତ୍ସାହିତ କରୁଥିବା ଓକିଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଏହି ଆଇନରେ ବି ପ୍ରସ୍ତାବ ରଖା ଯାଇଛି ।

ବିସିଆଇର ଅଧ୍ୟକ୍ଷ ତଥା ବରିଷ୍ଠ ଓକିଲ ମନନ କୁମାର ମିଶ୍ରା ଜଷ୍ଟସି ଡିୱାଇ ଚନ୍ଦ୍ରଚୁଡ ଓ ଜଷ୍ଟସି ଏମଆର ଶାହାଙ୍କ ଖଣ୍ଡପୀଠକୁ କହିଛନ୍ତି କି, ସେ ଏ ବାବଦରେ ସବୁ ବାର କାଉଁସିଲ ସହିତ ବୈଠକ କରିଛନ୍ତି । ଏହାସହ ସେ ଏଭଳି ଧର୍ମଘଟ ଓ ବହିସ୍କାରକୁ ରୋକିବାକୁ ନିୟମ ପ୍ରସ୍ତୁତ କରୁଛନ୍ତି । ବାର ଆସୋସିଏସନର ସଦସ୍ୟମାନେ ଯଦି କିଛି ବିନା ବଡ କାରଣରୁ ଧର୍ମଘଟକୁ ଯାଆନ୍ତି ତେବେ ସେମାନଙ୍କୁ ରୋକିବା ଓ ଦଣ୍ଡିତ କରିବା ଉପରେ ବି ନିୟମ ପ୍ରସ୍ତୁତ କରାଯାଉଛି ।

 

ମୁଖ୍ୟତ ସୁପ୍ରିମକୋର୍ଟ ବାର କାଉଁସିଲ ଅଫ୍ ଇଣ୍ଡିଆ ଓ ସବୁ ରାଜ୍ୟ ବାର କାଉଁସିଲକୁ ଏହି ସମସ୍ୟାରୁ ଉଦ୍ଧାର ପାଇବା ପାଇଁ ପରାମର୍ଶ ମାଗିଥିଲେ । ଏବେ ଏହାର ଜବାବରେ ବାର କାଉଁସିଲ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ମନନ କୁମାର ମିଶ୍ରା କୋର୍ଟଙ୍କୁ ସୂଚନା ଦେଇ କହିଛନ୍ତି କି ସେ ସବୁ ଷ୍ଟେଟ ବାର କାଉଁସିଲ ସହିତ ବୈଠକ କରିଛନ୍ତି । ଏହି ବୈଠକଗୁଡିକରେ ସର୍ବ ସମ୍ମତିକ୍ରମେ ଓକିଲ ମାନଙ୍କ ବିନା କାରଣରେ ଧର୍ମଘଟକୁ ଯିବା ଓ ଅଦାଲତ ବହିସ୍କାର କରିବା ଭଳି ଘଟଣାକୁ ରୋକିବା ପାଇଁ ଆଇନ ଆଣିବାକୁ ସମର୍ଥନ ଜଣାଇଛନ୍ତି ।