ଟେନସନ୍ ଦେଉଛି ନୂଆ ଟ୍ରାଫିକ୍ ନିୟମ । କଡ଼ାକଡ଼ି ଚାଲିଛି ଚେକିଂ, ବାର ଆସୋସିଏସନ ସଭାପତି କହିଲେ ମଦ ବେପାରରେ ମାଡ଼ିଗଲାଣି ମରୁଡ଼ି ।

1,356

କନକ ବ୍ୟୁରୋ: ମଦ ବେପାରରେ ମରୁଡ଼ି । ନୂଆ ମୋଟର ଯାନ ନିୟମ ପରେ ଗଭୀର ଭାବେ ପ୍ରଭାବିତ ହୋଇଛି ମଦ ବେପାର । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ବାର ଆସୋସିଏସନ ସଭାପତି ସତ୍ୟ ମହାନ୍ତି । ସେ କହିଛନ୍ତି, ନୂଆ ନିୟମ ଆସିବା ପରେ ୮୦ ପ୍ରତିଶତ ବେପାର କମିଛି । ଏବେ ବାରକୁ ଆଗଭଳି ଆଉ କଷ୍ଟମର ଆସୁ ନାହାନ୍ତି । ଗାଡିରେ ଡ୍ରାଇଭର ଥିବା କଷ୍ଟମର କେବଳ ବାର ମୁହାଁ ହେଉଛନ୍ତି ।

ସେପଟେ ଏ ଦିଗରେ ସଚେତନତା କରାଇବାର ଆବଶ୍ୟକତା ଥିଲା । ସଚେତନ କରାଯାଇଥିଲେ କଷ୍ଟମରର କାପାସିଟି ହିସାବରେ ବାରରେ ମଦ ସର୍ଭ କରାଯାଇଥାନ୍ତା । ହେଲେ ବାର ସହ କୌଣସି ଆଲୋଚନା କରାଯାଇନାହିଁ, ଆମେ ଏହାକୁ ନିନ୍ଦା କରୁଛୁ ବୋଲି କହିଛନ୍ତି ବାର ଆସୋସିଏସନ ସଭାପତି ସତ୍ୟ ମହାନ୍ତି । ଅନ୍ୟପଟେ ଟ୍ରାଫିକ୍ ପୋଲିସ ଆଜି ଫାଇନ୍ ବଦଳରେ ହାତରେ ଚକଲେଟ୍ ଧରି ଲୋକଙ୍କୁ ସଚେତନ କରାଯାଇଥିବା ଦେଖିବାକୁ ମିଳିଥିଲା ।