ଆଜି ରାଜ୍ୟର ସମସ୍ତ ବାର୍ ଆସୋସିଏସନରେ ନିର୍ବାଚନ । ଜଣେ ଆଇନଜୀବୀ କେବଳ ଗୋଟିଏ ବାରରେ ଦେଇପାରିବେ ଭୋଟ୍ ।

84

କନକ ବ୍ୟୁରୋ : ଆଜି ଓଡିଶାର ୧୫୭ଟି ଓକିଲ ସଂଘର ନିର୍ବାଚନ ଏକସଙ୍ଗେ ଅନୁଷ୍ଠିତ ହେବ । ୱାନ୍ ବାର୍ ୱାନ୍ ଭୋଟ୍ ଆଧାରରେ ନିର୍ବାଚନ ଅନୁଷ୍ଠିତ ହେବ । ଜଣେ ଆଇନଜୀବୀ କେବଳ ଗୋଟିଏ ବାରରେ ହିଁ ଭୋଟ୍ ଦେଇପାରିବେ । ତେବେ ଆଜି ଭୁବନେଶ୍ୱର ଓକିଲ ସଂଘର ନିର୍ବାଚନ ମଧ୍ୟ ଆଜି ଅନୁଷ୍ଠିତ ହେଉଛି । ଚଳିତବର୍ଷ ସଭାପତି ପଦ ପାଇଁ ତିନି ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ସମ୍ପାଦକ ପଦ ପାଇଁ ୫ଜଣ ଆଶାୟୀ ଅଛନ୍ତି । ତେବେ ଉପସଭାପତି ପଦ ଲାଗି ଏକମାତ୍ର ପ୍ରାର୍ଥୀ ଭାବେ ଶିଳଭଦ୍ର ଶାସ୍ତ୍ରୀ ଥିବାରୁ ସେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ।

ସଭାପତି ପଦ ଲାଗି ବୀରେନ୍ଦ୍ର ପଟ୍ଟନାୟକ, ଧନେଶ୍ୱର ବେହେରା ଓ ଅସିତ କୁମାର ଦାସ ପ୍ରତିନ୍ଦ୍ୱଦିତା କରୁଛନ୍ତି । ସୂଚନା ଯୋଗ୍ୟ ଯେ ଜଣେ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଓକିଲ ସଂଘର ନିର୍ବାଚନରେ ଅଂଶଗ୍ରହଣ କରିପାରିବେ । ସଠିକ ପ୍ରାର୍ଥୀ ମନୋନୟନ ସହିତ ନିର୍ବାଚନ ଶୃଙ୍ଖଳିତ ହେବ । ଓଡିଶାରେ ୫୦ ହଜାରରୁ ଅଧିକ ଆଇନଜୀବୀ ଥିବାବେଳେ, ଏଥର ୨୭ ହଜାର ୪୧୪ ଜଣ ଆଇନଜୀବୀ ୧୫୭ଟି ଓକିଲ ସଂଘ ପାଇଁ ଜଣେ ଗୋଟିଏ ସଂଘ ନିର୍ବାଚନରେ କେବଳ ଭାଗ ନେଇପାରିବେ । ଫଳରେ ନିରପେକ୍ଷ ନିର୍ବାଚନ ହେବ । ଆଇନଜୀବୀ ପରିଷଦ ଅନୁଯାୟୀ, ଚଳିତଥର ନିର୍ବାଚନ କେନ୍ଦ୍ରକୁ ମୋବାଇଲ ଏବଂ କ୍ୟାମେରା ବାରଣ କରାଯାଇଛି ଏବଂ ପରିଚୟ ପତ୍ର ନେବା ବାଧ୍ୟତାମୂଳକ କରାଯାଇଛି ।